Sun. Oct 4th, 2026

ଯୁବକଙ୍କ ମୃତଦେହ ଉଦ୍ଧାର; ଅପହରଣ ପରେ ହତ୍ୟା ସନ୍ଦେହ

346 Views

କେନ୍ଦୁଝର  :   କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ତଡ଼ୁଆବାହାଳ କେନାଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସଞ୍ଜୟ ସାହୁ। ସେ ପର୍ଶଳାରେ  କବାଡ଼ି ବ୍ୟବସାୟ କରୁଥିଲେ।

ଗତ ତିନି ଦିନ ତଳେ ତାଙ୍କୁ ପର୍ଶଳାରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  କେନ୍ଦୁଝରରୁ ସାଇଣ୍ଟିଫିକ୍‌ ଟିମ୍‌ ଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

By amfnews

Related Post