Fri. May 17th, 2024

ରାଉରକେଲା ଇସ୍ପାତ କାରଖାନାରେ ଗୁଣବତ୍ତା ଦିବସ ପାଳିତ

By amfnews Nov 9, 2018 #Featured
179 Views

ରାଉରକେଲା, ୯ା୧୧  : ଆର୍ଏସ୍ପି ସାମୁଦାୟିକ ନଭେମ୍ବର ୮ ତାରିଖରେ ଅବଶିଷ୍ଟ ବିଶ୍ୱବାସୀଙ୍କ ସହିତ ଗୁଣବତ୍ତା ଦିବସ ପାଳନରେ ସାମିଲ ହୋଇଛନ୍ତି । ଏହି ଅବସରରେ କାରଖାନା ଓ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ କାରଖାନା ମୁଖ୍ୟ ଫାଟକ ନିକଟରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଆରଏସପିର ସିଇଓ ଅଶ୍ୱିନୀ କୁମାର ଗୁଣବତ୍ତା ପତାକା ଉତ୍ତୋଳନ କରିଥିଲେ ।

ଏହି ଅବସରରେ କାର୍ମି ଓ ପ୍ରଶାସନିକ ବିଭାଗର ଇଡି ପି. କେ. ପ୍ରଧାନ ଓଡିଆରେ ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ ହିନ୍ଦୀରେ ଏବଂ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ ଗୌତମ ବାନାର୍ଜୀ ଇଂରାଜୀରେ କର୍ମଚାରୀମାନଙ୍କୁ ଗୁଣବତ୍ତା ଶପଖ ପାଠ କରାଇଥିଲେ । ଏହି ଅବସରରେ ନିଜର ଅଭିଭାଷଣରେ ଅଶ୍ୱିନୀ କୁମାର କହିଲେ ଯେ, “ପ୍ରତ୍ୟେକ ପ୍ରୟାସ, ସମସ୍ତ ଅଞ୍ଚଳରେ ପ୍ଲାନିଂ, ଅପରେସନ, ରକ୍ଷଣାବେକ୍ଷଣ, ସାମଗ୍ରୀ ପ୍ରବନ୍ଧନ, ସ୍ପେୟାର ପ୍ରୋକ୍ୟୁରମେଣ୍ଟ, ସାମଗ୍ରିକ ମରାମତି, ଯନ୍ତ୍ରୋପକରଣ ଅବସ୍ଥା ଓ ତାଲିମ ଏଭଳି ପ୍ରତି ଅଞ୍ଚଳରେ ଗୁଣବତ୍ତା ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ” । କାର୍ଯ୍ୟକ୍ଷେତ୍ରର ପ୍ରତ୍ୟେକ ସୋପାନରେ ଗୁଣବତ୍ତା ବଜାୟ ରଖିବା ନିମନ୍ତେ ଗୁଣବତ୍ତା ପ୍ରବନ୍ଧନ ବ୍ୟବସ୍ଥାର କଡାକଡି ଅନୁପାଳନ ନିମନ୍ତେ ସେ ସାମୁଦାୟିକଙ୍କୁ ଆହ୍ୱାନ ଜଣାଇଥିଲେ ।

ଏଥିପୂର୍ବରୁ ସହର ଇଞ୍ଜିନିୟରିଂ ବିଭାଗର ପି. କେ. ପ୍ରଧାନ ଗୁଣବତ୍ତା ପତାକା ଉତ୍ତୋଳନ କରିଥିବା ବେଳେ ପ୍ରକଳ୍ପ ବିଭାଗର ରାଜୀବ ଅଗ୍ରୱାଲ ଏବଂ କାର୍ଯ୍ୟ ବିଭାଗ ଇଡିଙ୍କ କାର୍ଯ୍ୟାଳୟରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ୍ଚାର୍ଜ ଗୌତମ ବାନାର୍ଜୀ ଗୁଣବତ୍ତା ପତାକା ଉତ୍ତୋଳନ କରିଥିଲେ । ଆଇଜିଏଚରେ ମଧ୍ୟ ଗୁଣବତ୍ତା ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡକ୍ଟର ଏସ ଏସ ପତି ଗୁଣବତ୍ତା ପତାକା ଉତ୍ତୋଳନ କରିଥିଲେ ।

ଶପଥଟି ଏହିପରିଥିଲା, ‘ମହାରତ୍ନ କମ୍ପାନୀ ସେଲର ଅନ୍ୟତମ ୟୁନିଟ, ରାଉରକେଲା ଇସ୍ପାତ କାରଖାନା ନିପୁଣ ଗୁଣବତ୍ତା ପରିଚାଳନା ବ୍ୟବସ୍ଥାର ସ୍ଥାପନା ପୂର୍ବକ ଏହାର ସମସ୍ତ ଗ୍ରାହକଙ୍କୁ ସମୟୋପଚିତ ରୂପେ ପ୍ରତ୍ୟେକ ସମୟରେ ତୃଟିଶୂନ୍ୟ ଉତ୍ପାଦ ଏବଂ ସେବା ଯୋଗାଇଦେବ ନିମନ୍ତେ ପ୍ରତିବଦ୍ଧ’ । ଓଡିଆ, ହିନ୍ଦୀ ଓ ଇଂରାଜୀରେ ଏହି ଶପଥ ଗ୍ରହଣ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମଗୁଡିକ ଆଇଇଡି ଓ ବିଜିନେସ ଏକ୍ସଲେନ୍ସ ବିଭାଗର ଡିଜିଏମ ଇନ୍ଚାର୍ଜ ପି. ଦତ୍ତଏବଂ ତାଙ୍କର ବିଭାଗୀୟ ଦଳ ଦ୍ୱାରା ପରିଚାଳିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ନଭେମ୍ବର ମାସକୁ ଗୁଣବତ୍ତା ମାସ ରୂପେ ପାଳନ କରାଯାଇଥାଏ ଏବଂ ଦ୍ୱିତୀୟ ଗୁରୁବାରକୁ ଗୁଣବତ୍ତା ଦିବସ ରୂପେ ପାଳିତ ହୋଇଥାଏ ।

By amfnews

Related Post