Thu. May 2nd, 2024

ରଘୁନାଥ ଆଦର୍ଶ ବିଦ୍ୟାଳୟରେ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତଃ ରଘୁନାଥ ପଟ୍ଟନାୟକଙ୍କ ତ୍ରୟୋଦଶ ଶ୍ରାଦ୍ଧ ବାର୍ଷିକ ପାଳିତ ।

By amfnews Nov 9, 2018 #Featured
314 Views

ଚଳିତବର୍ଷ ତା:୮.୧୧.୨୦୧୮ ଗୁରବାର ଓଡ଼ିଶାର ମହାନ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତଃ ରଘୁନାଥ ପଟ୍ଟନାୟକଙ୍କ ତ୍ରୟୋଦଶ ଶ୍ରାଦେ୍ଧାତ୍ସବ ରଘୁନାଥ ଆଦର୍ଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ସ୍ତାପିତ ସ୍ୱର୍ଗତ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ଓଳସିଂହ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରେମାନନ୍ଦ ପରିଡ଼ା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଧାଂଶୁ ଭୁଷଣ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସରପଞ୍ଚ ଶ୍ରୀଯୁକ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପରିଚାଳନା କମିଟିର ସଭ୍ୟ ଶ୍ରୀଯୁକ୍ତ ସାନୁଜ ବରାଳ, ଶେଖ୍ ଆହାଦ୍ ଖାଁ, ଶ୍ରୀଯୁକ୍ତ ନିରଂଜନ ରଥ ମହୋଦୟ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତଃ ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ସ୍ମରଣ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା , କର୍ମଚାରି ,ଛାତ୍ରଛାତ୍ରି ସ୍ୱର୍ଗତଃ ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ମହାବିଦ୍ୟାଳୟର ଇଂରାଜି ଅଧ୍ୟାପକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପ୍ରଧାନ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କଲାପରେ ସଭାସାଙ୍ଗ  ହୋଇ ସମସ୍ତଙ୍କୁ ଜଳଯୋଗରେ  ଆପ୍ୟାୟିତ କରାଯାଇଥିଲା ।

By amfnews

Related Post