Sun. Jul 26th, 2026

ମେହୁଲ୍‌ ଚୋକ୍‌ସି ଅପରାଧୀ, ଅବାଧରେ ଭାରତୀୟ ଅଧିକାରୀମାନେ ତାଙ୍କର ତଦନ୍ତ କରି ପାରିବେ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

185 Views

ନ୍ୟୁୟର୍କ: ବୁଧବାର ଦିନ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟୋନ୍‌ ବ୍ରାଉନି କହିଛନ୍ତି ଯେ ପଳାତକ ହୀରା ବେପାରୀ ମେହୁଲ୍‌ ଚୋକ୍‌ସି ଜଣେ ଅପରାଧୀ। ଭାରତୀୟ ଅଧିକାରୀମାନେ ଅବାଧରେ ତାଙ୍କୁ ପଚରାଉଚୁରା କରି ପାରିବେ।

ଗଣମାଧ୍ୟମକୁ ବ୍ରାଉନି କହିଛନ୍ତି: ପରବର୍ତ୍ତୀ ସମୟରେ ସୂଚନା ପାଇଲି ଯେ ମେହୁଲ୍‌ ଚୋକ୍‌ସି ଜଣେ ଅପରାଧୀ, ସେ ଆମ ଦେଶର ମାନ ବଢ଼ାଉ ନାହାନ୍ତି। ଆବେଦନ ସମୟ ଶେଷ ହେବା ପରେ ତାଙ୍କୁ ପ୍ରତ୍ୟର୍ପଣ କରାଯିବ। ସେ ଯଦି ରାଜି ହୁଅନ୍ତି ତେବେ ଭାରତୀୟ ଅଧିକାରୀମାନେ ତାଙ୍କର ତଦନ୍ତ କରି ପାରିବେ।

ଚୋକ୍‌ସି ହେଉଛନ୍ତି ନିରବ ମୋଦୀଙ୍କର ଭଣଜା। ୨ ବିଲିୟନ୍‌ ଡଲାର୍‌ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଜାଲିଆତିରେ ଦୁହେଁ ଅଭିଯୁକ୍ତ ହୋଇ ବର୍ଷେ ତଳୁ ଦେଶ ଛାଡ଼ି ଚାଲିଯାଇଛନ୍ତି। ଜାନୁଆରି ୧୪, ୨୦୧୮ରେ ଚୋକ୍‌ସିଙ୍କୁ ଆଣ୍ଟିଗୁଆ ଏବଂ ବରବୁଡ଼ାର ନାଗରିକତ୍ୱ ମିଳିଥିଲା

।ଜୁନ୍‌ ୧୭ ତାରିଖରେ ଜନ୍ମିତ ଚୋକ୍‌ସି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପତ୍ରରେ ଦର୍ଶାଇଛନ୍ତି ଯେ ସେ ଆଣ୍ଟିଗୁଆରେ ବସବାସ କରୁଛନ୍ତି ଏବଂ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଦୁର୍ନୀତି ସଂକ୍ରାନ୍ତ ତଦନ୍ତରେ ସହାୟତା କରିବାକୁ ରାଜି।

By amfnews

Related Post