Thu. Jun 11th, 2026
247 Views

ଭୁବନେଶ୍ୱର: ବଢ଼ିଲା ଓମଫେଡ଼୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠାରୁ ଲାଗୁହେବ ବର୍ଦ୍ଧିତ କ୍ଷୀର ଦର । ଓମଫେଡ଼୍ କ୍ଷୀର ଲିଟର ଫିଛା ୪ ଟଙ୍କା ବଢିଛି । ପୁର୍ବରୁ ଓମଫେଡ଼୍ କ୍ଷୀର ଲିଟର ପିଛା ୪୦ ଟଙ୍କା ରହିଥିବା ବେଳେ ସରକାରଙ୍କ ନୂଆ ନିଷ୍ପତ୍ତି କ୍ରମେ ଆସନ୍ତାକାଲି ଠାରୁ ୪୪ ଟଙ୍କାରେ ବିକ୍ରି ହେବ କ୍ଷୀର ଲିଟର ।କ୍ଷୀର ଦର ବୃଦ୍ଧି ପରେ ଟୋନଡ଼୍ କ୍ଷୀର ଲିଟର ପିଛା ୩୮ ହୋଇଥିବା ବେଳେ ପ୍ରିମିୟମ୍ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୪ ଟଙ୍କା ହେଲା ।

ବର୍ଦ୍ଧିତ ଦର ଲାଗୁ ହେବା ପରେ ଉପକୃତ ହେବେ ଦୁଗ୍ଧ ଚାଷୀ । ଏବେ ଠାରୁ ଦୁଗ୍ଧ ଚାଷୀମାନେ କ୍ଷୀର ଲିଟର ପିଛା ଅଧିକ ୩ ଟଙ୍କା ପାଇବେ ।କ୍ଷୀର ଦର ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ବାବଦରେ ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ଅବଗତ କରାଇଥିଲେ । ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ବୋଲି ମଧ୍ୟ କହିଥିଲେ । ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନୀ ଗୁଡ଼ିକ ଦର ବୃଦ୍ଧି କରିବା ପରେ ରାଜ୍ୟ ସରକାର ଓମଫେଡ଼୍ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

By amfnews

Related Post