Wed. Jul 29th, 2026

ମୁଣ୍ଡ ଉପରେ ୧ ଲକ୍ଷର ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ନକ୍ସଲ ଏନ୍‌କାଉଣ୍ଟରରେ ମୃତ

190 Views

ସୁକୁମା  :  ନକ୍ସଲ ଅଧ୍ୟୁଷିତ ସୁକୁମାରେ ଆଜି (ମଙ୍ଗଳବାର) ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ପ୍ରାଣ ହରାଇଛି। ଉଲ୍ଲେଖଯୋଗ୍ୟ, ସଂପୃକ୍ତ ନକ୍ସଲର ମୁଣ୍ଡ ଉପରେ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା।

ସୁକୁମା ଏସ୍‌ପି ସାଲଭ ସିହ୍ନା ଗଣମାଧ୍ୟମକୁ ପ୍ରଦାନ କରିଥିବା ସୂଚନା ଅନୁଯାୟୀ ଆଜି ସୁକୁମାର ବୁରାଭାଟି ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ୍‌ ଚଳାଇଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚିଥିବା ସଂପୃକ୍ତ ନକ୍ସଲ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା। ପରେ ପରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଆରମ୍ଭ ହୋଇ ଯାଇଥିଲା। ଏହି ଏନ୍‌କାଉଣ୍ଟରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ସଂପୃକ୍ତ ନକ୍ସଲ ପ୍ରାଣ ହରାଇଥିଲା। ମୃତ ନକ୍ସଲ ନିକଟରୁ ପୁଲିସ୍‌ ଗୋଟିଏ ପିସ୍ତଲ ସମେତ ଏକ ଦେଶୀ ବନ୍ଧୁକକୁ ଜବତ କରିଛନ୍ତି। ଏହି ଘଟଣା ପରେ ସୁରକ୍ଷା କର୍ମୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେବା ସହ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରି ଦେଇଛନ୍ତି।

By amfnews

Related Post