Mon. Oct 5th, 2026

କୀଟନାଶକ ପିଇ ଜୀବନ ହାରିଲେ ଚାଷୀ !

250 Views

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁର ଜଣେ ଚାଷୀ ଋଣଭାର ସହି ନପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ନାଁ ସୁମନ୍ତ ବେହେରା।

ସୁମନ୍ତ ଚାଷ ପାଇଁ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ହେଲେ ବର୍ଷାଭାବରୁ  ଚାଷ ନଷ୍ଟ ହୋଇଥିବାରୁ ସେ ଦୁଇ ଦିନ ହେବ ଚିନ୍ତାରେ ରହୁଥିଲେ। ଆଜି ସକାଳେ ସୁମନ୍ତ ତଳି ଦେଖିବାକୁ ବିଲକୁ ଯାଇଥିଲେ। ସେଠାରୁ ଆସି ସେ କୀଟନାଶକ ପିଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ  ପରିବାର ଲୋକେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଚାନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ କୃଷି ବିଭାଗ କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାର ତଦନ୍ତ କରି ନାହାନ୍ତି।

By amfnews

Related Post