Sun. May 5th, 2024

ମୁଖ୍ୟମନ୍ତ୍ରୀଙ୍କୁ ପୁରୀରେ ଜୋରଦାର ବିରୋଧ, ଟମାଟୋ ମାଡକୁ କଳାପତାକା ଦେଖାଇଲେ, ସାରା ରାଜ୍ୟରେ ବିରୋଧ ପାଇଁ ଚେତାବନୀ

By Naresh Kumar Jul 6, 2018 #Featured
195 Views

ଭୁବନେଶ୍ବର, ୬ ଜୁଲାଇ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତ ସମୟରେ ରୋଷ ଦେଖାଇଛନ୍ତି ସାଧାରଣ ଲୋକଙ୍କ ସମେତ ରାଜନୈତିକ ଦଳର କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଏହି ଗସ୍ତକୁ ବିରୋଧ କରି ତାଙ୍କୁ କଳାପତାକା ଦେଖାଇବା ସହ ଟମୋଟୋ ମାଡ କରାଯାଇଛି । ଏହି କ୍ରମରେ କଳାପତାକା ଦେଖାଇଥିବା ଯୁବକ ମାନଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି  ।

ଆଜି ରଥଯାତ୍ରା ପାଇଁ ଶେଷ ସମନ୍ବୟ କମିଟି ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇଥିବା ସମୟରେ ଚକ୍ରତୀର୍ଥ ରୋଡରେ ତାଙ୍କୁ କଳାପତାକା ଦେଖାଇବା ସହ ଟମାଟୋ ମାଡ ହୋଇଥିବାର ଅଭିଯୋଗ ହୋଇଛି  । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୋଲିସ ଆଗୁଆ ବିଭିନ୍ନ ଦଳର କର୍ମୀ ଓ ନେତାଙ୍କ ଗିରଫ କରିଥିବା ବେଳେ ଏବେ କିଏ ଟମୋଟୋ ମାଡ କଲା ଏହାକୁ ନେଇ ପ୍ରଶ୍ନ ଉଠିଛି  । ବିଜେପି କହିଛି ଦଳ ହିଂସାରେ ବିଶ୍ବାସ କରେ ନି  । ତେବେ କଂଗ୍ରେସରେ ଭିନ୍ନମତ ପ୍ରକାଶ ପାଇଛି  । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ଗୋଟିଏ କଥା କହୁଥିବା ବେଳେ ବିରୋଧୀ ଦଳ ମୁଖ୍ୟ  ସଚେତକ ତାରା ପ୍ରସାଦ ବାହିନୀପତି ଆଉ ଗୋଟିଏ କଥା କହୁଛନ୍ତି  । ତେବେ ପୁରୀରୁ ଆରମ୍ଭ ହୋଇଥିବା ଏହିପରି ବିରୋଧ ରାଜ୍ୟବ୍ୟାପୀ ହୋଇପାରେ ବୋଲି ଶ୍ରୀ ବାହିନୀପତି ଆଶଙ୍କା କରି ଗଣମାଧ୍ୟମରେ ନିଜର ମତ ଉପସ୍ଥାପନ କରିଛନ୍ତି  ।

ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ପ୍ରକାଶ ପାଇଥିଲା  । ଏହି ଘଟଣାରେ କମିଶନ ତଦନ୍ତ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିବା ପ୍ରତିବାଦରେ ଏପରି ବିରୋଧ ପ୍ରଦର୍ଶନ ହୋଇଥିବା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ସାଜିଛି  ।

Related Post