Sat. May 18th, 2024

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ, ଇଫତାର ପାର୍ଟି ଗାମୁଛାକୁ ହଁ, ଖଣ୍ଡୁଆପାଟକୁ ନାଁ !

By amfnews Jul 6, 2018 #Featured
193 Views

ଭୁବନେଶ୍ବର, ୬ ଜୁଲାଇ : ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ପୁରୀରେ ରଥଯାତ୍ରା ପାଇଁ ଅନୁଷ୍ଠିତ ଶେଷ ସମନ୍ବୟ କମିଟି ବୈଠକରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ନେଇ ଆଜି ପୁରୀ ସହରରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି  । ଏପରିକି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଖଣ୍ଡୁଆପାଟକୁ ବୈଠକ ସମୟରେ ସେ ପକାଇନଥିବା ଦେଖିବାକୁ ମିଳିଛି ।
ବୈଠକରେ ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ମାନେ ଖଣ୍ଡୁଆ ପାଟକୁ ପକାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବୈଠକ ସମୟରେ ନ ପକାଇବାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି  । ଯେ କୌଣସି ଶୁଭ କାର୍ଯ୍ୟ କରାଯାଏ ତା ପୂର୍ବରୁ ମହାପ୍ରଭୁଙ୍କ ଖଣ୍ଡୁଆପାଟ ପକାଇବାର ପରମ୍ପରା ରହିଛି  । ଯେହେତୁ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୈଠକ ହେଉଥିଲା ସେ ସମୟରେ ଖଣ୍ଡୁଆପାଟ ନିଜ ବେକର ପକାଇଥିଲେ ଭଲ ହୋଇଥାନ୍ତା ବୋଲି ସବୁରି ମହଲରେ ଆଲୋଚନା ହେଉଛି  ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଏଭଳି ଆଚରଣ ଦେଖିବାକୁ ମିଳିନଥାଏ  । ଏପରିକି ଇଫତାର ପାର୍ଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସିବା ସମୟରେ ଆରମ୍ଭରୁ ଶେଷ ଯାଏଁ ପ୍ରଦତ୍ତ ଗାମୁଛା ପକାଇଥିବାର ନଜିର ରହିଛି  । ତେବେ ମୁଖ୍ୟମନ୍ତ୍ରୀ ପୁରୀରେ ପହଁଞ୍ଚିବା ପରେ ତାଙ୍କ ବେକରେ ଖଣ୍ଡୁଆପାଟ ଦିଆଯାଇଥିଲେ ମଧ୍ୟ ବୈଠକ ସମୟରେ ସେ ତାହାକୁ ପକାଇନଥିବା କୁ ନେଇ ଆଜି ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା  ।

By amfnews

Related Post