Thu. Jun 4th, 2026

ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ନେଇ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ଟୁଇଟ୍ : ହରିୟାଣାରେ ପ୍ରବେଶ କଲେ ମୁକ୍ତିକାନ୍ତ

333 Views

ରାଉରକେଲା: ଏପ୍ରିଲ ଫୁଲ କାହାକୁ କୁହାଯାଏ ତାହା ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡିଶାବାସୀ ଦର୍ଶାଇଥିଲେ ବୋଲି ଆଜି ବାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍ କରି ଜଣାଇଛନ୍ତି, ଯାହାକୁ ଯୁବ ଜାଗୃତି ମଞ୍ଚ ଆବାହକ ଗୋପାଳ ଜେନା ସ୍ୱାଗତ କରିଛନ୍ତି । ରାଉରକେଲା ବାସୀଙ୍କ ସ୍ୱାର୍ଥ ପାଇଁ ରାଉରକେଲାରୁ ଦିଲ୍ଲୀ ଅଭିଯୁଖେ ପଦଯାତ୍ରା ଜାରି ରଖିଥିବା ମୁକ୍ତିକାନ୍ତ ଆଜି ହଲିୟାନାରେ ପ୍ରବେଶ କରିଛନ୍ତି ।

ଦିଲ୍ଲୀଠାରୁ ଆଉ ମାତ୍ର ୯୦ କିଲୋମିଟର ଦୂରରେ ଅଛନ୍ତି ମୁକ୍ତିକାନ୍ତ । ତେବେ ଚଳିତ ମାସ ୨୭ ତାରିଖ ଦିନ ଦିଲ୍ଲୀରେ ପହଞ୍ôଚବାକୁ ଆଶା ରଖିଥିବା ବେଳେ ସେହିଦିନ ମୁକ୍ତିକାନ୍ତ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାଯ୪୍ୟାଳୟରେ ଦରଖାସ୍ତ କରାଯିବ । ବର୍ତ୍ତମାନ ସୁଦ୍ଧା ମୁକ୍ତିକାନ୍ତ ୧୪୬୦ କିଲୋମିଟର ରାସ୍ତା ପଦଯାତ୍ରାରେ ଅତିକ୍ରମ କରିସାରିଥିବା ବେଳେ ଓଡିଶା ସୀମା ୫୨ କିଲୋମିଟରକୁ ୨ ଦିନ, ଝାଡଖଣ୍ଡର ୫ଟି ଜିଲାର ୩୫୩ କିଲୋମିଟର ରାସ୍ତାକୁ ୧୪ ଦିନ, ବିହାରର ୪ଟି ଜିଲାର ୨୦୫ କିଲୋମିଟରକୁ ୧୨ ଦିନ, ଉତ୍ତର ପ୍ରଦେଶର ୧୨ଟି ଜିଲାର ୮୫୦ କିଲୋମିଟରକୁ ୪୧ ଦିନ ସମୟ ଲାଗିଥିଲା ।

ଏଭଳି ସଫଳତା ଜଣେ ସାଧାରଣ ଯୁବକଙ୍କ ପକ୍ଷରେ ଅସମ୍ଭବ ଥିବାବେଳେ ଏହା କେବଳ ରାଉରକେଲାବାସୀଙ୍କ ଆଶୀର୍ବାଦ ଓ ଗଣମାଧ୍ୟମର ବିପୁଳ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଯୁବ ଜାଗୃତି ମଞ୍ଚ ଆବାହକ ଗୋପାଳ ଜେନା ଉଲ୍ଲେଖ କରିବା ସହ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Post