Sun. Sep 13th, 2026

ମୀନାବଜାର ମାଲିକଙ୍କୁ ଛୁରାମାଡ଼

391 Views

ବୌଦ୍ଧ : ବୌଦ୍ଧରେ ଜଣେ ମୀନାବଜାର ମାଲିକଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କଠାରୁ ୬୦ ହଜାର ଟଙ୍କା ଲୁଟି ନିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅବଦୁଲ ମହସୀନ ଖାନ୍‌। ତାଙ୍କ ପେଟରେ ଛୁରାମାଡ଼ ହୋଇଛି।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେ  ମୀନାବଜାରର ହିସାବ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଷ୍ଟାଡିୟମ ପଡ଼ିଆ ସାମ୍ନାରେ  ସ୍ଥାନୀୟ ବାପୁଜୀ ନଗରର ୨୫ରୁ ୩୦ ଜଣ ବ୍ୟକ୍ତି ତାଙ୍କୁ ପଛପଟୁ ସଂଘବଦ୍ଧ ଅକ୍ରମଣ କରିଥିଲେ। ଏହି ସମୟରେ କେହି ଜଣେ ତାଙ୍କ ପେଟକୁ ଛୁରୀରେ ଭୁସି ଦେଇଥିଲା। ଏଥିସହ ସେମାନେ ତାଙ୍କ ପାଖରେ ଥିବା ନଗଦ ୬୦ ହଜାର ଟଙ୍କା  ଲୁଟି ନେଇଥିଲେ।

ସ୍ଥାନୀୟ ଲୋକେ ଅବଦୁଲଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଟାଉନ୍‌ ଥାନାରେ ଏତଲା ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।

By amfnews

Related Post