Wed. Jul 8th, 2026

ଚାଲିଛି ଖୁଲମଖୁଲା ଜୁଆ ଖେଳ

487 Views

ନୟାଗଡ଼ : ନୟାଗଡ଼ରେ ଦିନ ଦିପ୍ରହରରେ ଚାଲିଛି ଜୁଆ ଆଡ୍ଡା।  କେବଳ ପ୍ରାପ୍ତ ବୟସ୍କ ନୁହେଁ, ସ୍କୁଲ ଛାତ୍ରମାନେ ମଧ୍ୟ ଏହି ଖେଳ ଖେଳୁଥିବା ନେଇ ହିଡେନ୍ କ୍ୟାମେରାରେ ଭିଡିଓ କଏଦ ହୋଇଛି। ଏ ଦୃଶ୍ୟ ଦେଖିବାକୁ ମିଳିଛି ରଣପୁର ଥାନା ଅଧିନସ୍ଥ ରଣପୁର ବଡ଼ଦାଣ୍ଡର ଦୋଳମଣ୍ଡପ ପଛ ପାର୍ଶ୍ୱରେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ରଣପୁର ଥାନାଠାରୁ ମାତ୍ର ୩ଶହ ମିଟର ଦୂରରେ ଏହି ଖୁଲମ ଖୁଲା ଜୁଆ ଖେଳ ଚାଲିଛି। ତେଣୁ ପୁଲିସର ଭୂମିକା ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି।

ଏହି ଖେଳ ଦ୍ୱାରା ଜୁଆ ଆଡ୍ଡା ମାଲିକ ଲାଭବାନ ହେଉଥିବା ବେଳେ ସାଧାରଣ ଲୋକେ ତଳିତଳାନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଏନେଇ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରଣପୁର ଆଇଆଇସି ବୈଦ୍ୟ ନାରାୟଣ ଭୋଇ ସଫେଇ ଦେଇଛନ୍ତି।

By amfnews

Related Post