Tue. Sep 1st, 2026

ମାଲେସିଆର ଏଇ ସ୍କୁଲ୍‌ରେ ମହାତ୍ମା ଗାନ୍ଧୀଙ୍କୁ ଦୈନିକ ଉପାସନା କରାଯାଏ

230 Views

ଶ୍ୟାମଳ ବନ ଓ ପାହାଡ଼ ଦେଇ କୁଆଲା ଲମ୍ପୁରରୁ ତିନି ଘଣ୍ଟା ଗାଡ଼ି ଚଳାଇ ଗଲେ ପଡ଼େ ରୟଲ୍‌ ଟାଉନ୍‌ର କୁଆଲା କାଙ୍ଗ୍‌ସର୍‌ର ଏକ ଛୋଟିଆ ସବ୍‌-ଡିଷ୍ଟ୍ରିକ୍ଟ୍‌- ସୁଙ୍ଗାଇ ସିପୁଟ୍‌। ସେଇଠି ଗୋଟାଏ ମହାତ୍ମା ଗାନ୍ଧୀଙ୍କ ସ୍କୁଲ୍‌ର ଅଭ୍ୟର୍ଥନା ତଥା ପ୍ରାର୍ଥନା ହଲ୍‌ରେ ୧୯୫୪ ମସିହାରୁ ଦର୍ଶକମାନଙ୍କୁ ସ୍ୱାଗତ କରାଯାଉଛି। ତାମିଲ ଭାଷାରେ ସେ ସ୍କୁଲ୍‌ର ନାଁ ମହାତ୍ମା ଗାନ୍ଧୀ କଲସାଲାଇ। ମାଳୟ ଉପଦ୍ୱୀପରେ ଅବସ୍ଥିତ ସେ ସ୍କୁଲ୍‌ ସ୍ଥାପନ କରିଥିଲେ ମାଲଏସୀୟ ସ୍ୱାଧୀନତାର ପ୍ରତିଷ୍ଠାତା ଜନକ ସ୍ୱର୍ଗତ ଭି ଟି ସାମ୍ବନଥନ।

୧୯୫୦ ଦଶକରେ ବ୍ରିଟିସ୍‌ ଶାସିତ ମାଳୟ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ କଥା ଏହି ସ୍କୁଲ୍‌ରୁ ଜଣାପଡ଼େ। ୧୯୫୦ ମସିହାରେ ଜାତସଂଘର ପ୍ରଥମ ମହିଳା ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ପଣ୍ଡିତ ମହାତ୍ମା ଗାନ୍ଧୀ କଲସାଲାଇ ଉଦ୍‌ଘାଟନ କରିଥିଲେ।
୧୯୪୮ ମସିହାରେ ସଙ୍ଗାଇ ସିପୁଟ୍‌ରେ ତିନି ଜଣ ଇଉରୋପୀୟ ପ୍ଲାଣ୍ଟେସନ୍‌ ମ୍ୟାନେଜର୍‌ଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହା କମ୍ୟୁନିଷ୍ଟ୍‍ ଗରିଲାଙ୍କର ଅନ୍ତୁଡ଼ିଶାଳ ପାଲଟି ଯାଇଥିଲା। ଜରୁରୀ ପରିସ୍ଥିତି ଘୋଷଣା କରାଗଲା। ମାଳୟର ତତ୍‌କାଳୀନ ହାଇକମିସନ୍‌ର ଜେରାଲ୍‌ଡ୍‌ ଟେମ୍ପ୍‌ଲ୍‌ର୍‌ ନିରାପତ୍ତା ଦୃଷ୍ଟିକୋଣରୁ ବିଜୟଲକ୍ଷ୍ମୀଙ୍କ ଗସ୍ତକୁ ବିରୋଧ କରିଥିଲେ। କିନ୍ତୁ, ସମ୍ବାନ୍‌ଥନ୍‌ ତାଙ୍କୁ ବୁଝାଇ ଦେଲେ କି, ସ୍କୁଲ୍‌ ଉଦ୍‌ଘାଟନ କରିବାକୁ ବିଜୟ ଲକ୍ଷ୍ମୀ ପଣ୍ଡିତ ହିଁ ଶ୍ରେଷ୍ଠ ନେତ୍ରୀ। ଏକଥା ସ୍ମରଣ କରନ୍ତି ସମ୍ବାନଥନଙ୍କ ପତ୍ନୀ ଉମା।

By amfnews

Related Post