Wed. Jul 22nd, 2026

ମହାରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅନଶନ ସ୍ଥଗିତ ରଖିଲେ ଅନ୍ନା ହଜାରେ

229 Views

ଅହମଦନଗର : ଲୋକପାଳ ନିଯୁକ୍ତି ସଂକ୍ରାନ୍ତରେ ଅକ୍ଟୋବର ୨ ତାରିଖରୁ ଅନଶନ ଆରମ୍ଭ କରିବାକୁ ନିର୍ଦ୍ଧାରିତ କରିଥିବା ବିଶିଷ୍ଟ ଗାନ୍ଧୀବାଦୀ ନେତା ଅନ୍ନା ହଜାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି।
ଦୁର୍ନୀତି ବିରୋଧୀ ନେତା ହଜାରେ ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନଙ୍କ ସହ ଆଲୋଚନା କରିବା ପରେ ଲୋକପାଳ ନିଯୁକ୍ତି ସଂକ୍ରାନ୍ତରେ ତାଙ୍କ ଆନ୍ଦୋଳନକୁ ସ୍ଥଗିତ ଘୋଷଣା କରିଛନ୍ତି।

ଲୋକପାଳ ନିଯୁକ୍ତିରେ ଅଯଥା ବିଳମ୍ବ ହେଉଥିବା ଯୋଗୁଁ ଅକ୍ଟୋବର ୨ ତାରିଖ ଦିନ ଅନଶନରେ ବସିବେ ବୋଲି ପୂର୍ବରୁ ହଜାରେ ଘୋଷଣା କରିଥିଲେ।

ଲୋକପାଳ ଆନ୍ଦୋଳନ ବଳରେ କ୍ଷମତାକୁ ଆସି ସୁଦ୍ଧା ବିଜେପି ନେତୃତ୍ୱାଧୀନ ସରକାର ଜଣେ ବଳିଷ୍ଠ ଲୋକପାଳ ନିଯୁକ୍ତି କରିବାକୁ ସରକାରଙ୍କ ବିଳମ୍ବ ବିରୋଧରେ ପ୍ରତିବାଦ ପୂର୍ବକ ଅକ୍ଟୋବର ୨ ତାରିଖରୁ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ।

ଗତ ସପ୍ତାହରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠିରେ ଲେଖିଥିଲେ କି, ଗତ ୪ ବର୍ଷ ହେବ ସରକାର କେବଳ ଲମ୍ବାଚୌଡ଼ା ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ଲୋକପାଳ ଏବଂ ଲୋକାୟୁକ୍ତ ନିଯୁକ୍ତ ପରି ନାହାନ୍ତି।

By amfnews

Related Post