Thu. May 16th, 2024

ମାର୍ଥାପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ବାର୍ଷିକ ସମାରୋହ

175 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ହାଇସ୍କୁଲର ୧୯୮୪ ବ୍ୟାଚ୍ ପୁରାତନ ଛାତ୍ର ସଂସଦର ବାର୍ଷିକ ସମାରୋହ ଓ ବନ୍ଧୁ ମିଳନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି  ।

ସଂସଦର ଆବାହକ ଭବାନୀକାନ୍ତ ନନ୍ଦଙ୍କ ସ ଂଯୋଜନାରେ ତଥା ବୟୋଜ୍ୟେଷ୍ଠ ପୁରାତନ ଶିକ୍ଷକ ଘନଶ୍ୟାମ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ପୁରାତନ ଶିକ୍ଷକ ଉଦୟନାଥ ଦାଶ, ପଣ୍ଡିତ ବିଜୟ ମିଶ୍ର, ବ୍ରହ୍ମାନନ୍ଦ ପୁହାଣ ଓ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ସାରଦା ପ୍ରସାଦ ନନ୍ଦ, ଗଦାଧର ମିଶ୍ର, ସୌଭାଗ୍ୟ ମିଶ୍ର, କଳ୍ପନା ମହନ୍ତ, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ତଥା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢେଇବାକୁ ଆହ୍ୱାନ ଦେଇଥିଲେ  ।

ଏହି ଅବସରରେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା କୃତୀ ଛାତ୍ରଛାତ୍ରୀ, ଭକ୍ତି ପ୍ରସାଦ ମିଶ୍ର, ସଂଜୀବନୀ ମିଶ୍ର ଓ ରାଣୀ ସୁପ୍ରଭା ପ୍ରିୟଦର୍ଶିନୀ ସାହୁଙ୍କୁ ନଗଦ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା  । ସଂସଦ ପକ୍ଷରୁ ପ୍ରକାଶିତ ଏକ ସ୍ମରଣିକାକୁ ସଭାପତି ଲୋକାର୍ପଣ କରିଥିଲେ  । ଅପରାହ୍ନରେ କାର୍ଯ୍ୟକାରୀ ସଭାପତି ମାତୃପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ସଂସଦର ସଦସ୍ୟ ତଥା ମୁଖ୍ୟ ପୃଷ୍ଠପୋଷକ ଇଂ. ବିଜୟ ଦାସ, ଶିକ୍ଷକମାନଙ୍କ ପକ୍ଷରୁ ବିଦ୍ୟାଳୟର ଉନ୍ନତି କଳ୍ପେ ଦିଆଯାଇଥିବା ଆହ୍ୱାନକୁ ସାକାର କରିବାପାଇଁ ଆଗାମୀ ଦିନର ସଂକଳ୍ପ ଉପରେ କହିଥିଲେ  ।

ସଂସଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ ତଥା ସଂପାଦନ ନିମନ୍ତେ ଭବାନୀକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା  । ଉକ୍ତ କମିଟିରେ ମାତୃପ୍ରସାଦ ନନ୍ଦ, ଅଭିମନ୍ୟୁ ମିଶ୍ର, ଭରତ ହାତୀ, ପ୍ରଶାନ୍ତ ଦାଶ, ଜିତେନ୍ଦ୍ର ମିଶ୍ର, ପ୍ରତିମା ମିଶ୍ର ଓ ଗଣେଶ୍ୱର ସାହୁ ସଦସ୍ୟ ରହିଥିବା ବେଳେ ଇଂ. ବିଜୟ କୁମାର ଦାସଙ୍କୁ ମୁଖ୍ୟ ପୃଷ୍ଠ ପୋଷକ ଭାବେ ମନୋନୀତ କରାଯାଇଥିଲା  ।

Related Post