Fri. Apr 24th, 2026

ମାତୃତ୍ବରେ କଳଙ୍କ:ଦୁଇବର୍ଷର ଝିଅକୁ ଫାଶିରେ ଝୁଲେଇ ନିଜେ ମା’ଫାଶି ଦେଲା

401 Views

ଶୁଳିଆପଦା,: କଥାରେ ଅଛି ଯାହାର ମା’ ନାହିଁ ତାର କେହି ନାହିଁ। ପୁଣି ଜଣେ ନାରୀ ପୂର୍ଣ୍ଣ ଗର୍ଭା ହେବା ପାଇଁ କେତେ ମାନସିକ, କେତେ ବ୍ରତ ମଧ୍ୟ କରିଥାଏ। ପୁଣି ସନ୍ତାନ ପାଇଁ ମା’ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ। କିନ୍ତୁ ଜଣେ ମା’ ନିଜର ଜନ୍ମିତ ସନ୍ତାନକୁ ଫାଶି ଖୁଣ୍ଟରେ ଝୁଲେଇ ନିଜେ ଫାଶି ଖୁଣ୍ଟରେ ଝୁଲିବା କଥା ଶୁଣିଲେ ବିଶ୍ବାସ ନ ହେଲେ ବି ଘଟଣାଟି ସତ। ଏଭଳି ଏକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ଘଟଣାଟି ଘଟିଛି ଶୁଳିଆପଦା ବ୍ଲକ ଧାତିକା ପଞ୍ଚାୟତ ଅଧୀନ ଧାତିକା ଗ୍ରାମରେ। ସୂଚନା ମୁତାବକ ଧାତିକା ଗ୍ରାମର ଅର୍ଜୁନ ହାଁସଦାଙ୍କ ସ୍ତ୍ରୀ ଦୁଲାରୀ ହାଁସଦା (୩୦) ନିଜ ଘର ଠାରୁ ଅଳ୍ପ ଦୂରରେ ଥିବା ବୁବେଇ ଡାହିର ଏକ ଚରଲା ଗଛରେ ନିଜ ଝିଅ ଆଲିନା ହାଁସଦା(୨)କୁ ବେକରେ ଗାମୁଛା ସାହାଯ୍ୟରେ ଝୁଲେଇ ଦେଇ ନିଜେ ପିନ୍ଧିଥିବା ଶାଢ଼ୀରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକାରଣ୍ୟ ପାଲଟିଥିଲା। ଖବର ପାଇ ଶୁଳିଆପଦା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ଜାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଏ ନେଇ ଶୁଳିଆପଦା ଥାନା କେସ୍ ନଂ. ୧୭/୧୯ ରେ ମାମଲା ହୋଇଛି। ତେବେ ଏହି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

By amfnews

Related Post