Fri. Oct 9th, 2026

ନବରାତ୍ରି ସମୟରେ ମାଂସ ଦୋକାନ ଖୋଲିବା ରାଷ୍ଟ୍ରଦ୍ରୋହ : ବିଜେପି ବିଧାୟକ

459 Views

ଗାଜିଆବାଦ:ଗାଜିଆବାଦ ଜିଲ୍ଲାର ଲୋନୀ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ନିଜ ଅଞ୍ଚଳର ବିଭିନ୍ନ ମନ୍ଦିର ପାଖରେ ଥିବା ମାଂସ ଦୋକାନଗୁଡିକୁ ବନ୍ଦ କରାଇଛନ୍ତି। ସେ କହିଛନ୍ତି ଯେ ନବରାତ୍ରି ସମୟରେ ମାଂସ ଦୋକାନ ଖୋଲିବା ରାଷ୍ଟ୍ରଦ୍ରୋହ। ବିଧାୟକ ନନ୍ଦ କିଶୋର ଗୁର୍ଜର ନବରାତ୍ରି ସମୟରେ ମାଂସ ଦୋକାନ ଖୋଲିବା ବେଆଇନ୍‌ କାର୍ଯ୍ୟ ବୋଲି କହିଛନ୍ତି।

ବିରୋଧୀ ଦଳର ନେତାମାନେ ଏଥିପାଇଁ ବିଧାୟକଙ୍କର ନିନ୍ଦା କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ବିଧାୟକଙ୍କ ଚାପରେ ନୀରବଦ୍ରଷ୍ଟା ସାଜିଛନ୍ତି। ଅପରପକ୍ଷରେ ଗାଜିଆବାଦର ବରିଷ୍ଠ ପୁଲିସ ଅଧିକାରୀ କେ.ଅଗ୍ରଓ୍ଵାଲ କହିଛନ୍ତି ଏସଂପର୍କରେ କୌଣସି ଅଭିଯୋଗ ଆସି ନାହିଁ।

By amfnews

Related Post