Sat. May 18th, 2024

ମହିମା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

335 Views

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିସ୍ଥିତ ମହିମା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଅଛି  । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଭାପତିତ୍ୱ କରିବା ସହିତ ଯୋଗ ଜୀବନ ଚର୍ଯ୍ୟା ପାଇଁ ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ  ।

ପ୍ରାଧ୍ୟାପିକା ଡଃ. ନିବେଦିତା ମହାନ୍ତି, ପ୍ରାଧ୍ୟାପକ ଡଃ. ସଦାନନ୍ଦ ମିଶ୍ର, ରତ୍ନାକର ଦାସ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ତଥା କର୍ମଚାରୀମାନଙ୍କୁ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଭାରତୀୟ ସଂସ୍କୃତିରେ ଯୋଗର ସ୍ଥାନ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ  । ବରିଷ୍ଠ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରହ୍ଲାଦ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ   ।

କ୍ରୀଡା ଶିକ୍ଷକ ବୈକୁଣ୍ଠ ବିହାରୀ ସାହାଣୀ, ଯୋଗ ପ୍ରାଣାୟାମର ଉପଯୋଗିତା ଏବଂ କେତେଗୁଡିଏ ଆସନ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପକ ଶରତ ଚନ୍ଦ୍ର ସ୍ୱାଇଁ, ଅଧ୍ୟାପକ ପ୍ରଦେଶ ଜେନା, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ନାୟକ, ବିଷ୍ଣୁ ପ୍ରିୟା ଦାସ, ସଂଧ୍ୟାରାଣୀ ବେହେରା, ମନ୍ଦିରା ଦାସ, ପ୍ରେମଲତା ମଲ୍ଲ, ଅଧ୍ୟାପକ ରଂଜନ କୁମାର ମହାପାତ୍ର, କାଳନ୍ଦୀ ଚରଣ ପଣ୍ଡା ଏବଂ ଛାତ୍ର ସର୍ବେଶ୍ୱର ନାୟକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ  ।

Related Post