Fri. Sep 25th, 2026

ମଧ୍ୟପ୍ରଦେଶର ନିମୁଚ ଜେଲରୁ ୪ କଏଦୀ ଫେରାର , ଜେଲର୍ କହିଲେ ପାଚେରି ଦାୟୀ

260 Views

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୪୨୮ କିଲୋମିଟର ଦୂରରେ ଥିବା ନିମୁଚ ଜେଲରୁ ଆଜି ୪ କଏଦୀ ଅଚାନକ ଫେରାର ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଯେଉଁ ୪ ଜଣ କଏଦୀ ଫେରାର ହୋଇଛନ୍ତି ସେମାନେ ହେଲେ ନର ସିଂହ (୨୦), ପଙ୍କଜ ମୋଙ୍ଗିୟା(୨୧), ଦୁବେଲାଲ ଧୁରଭେ(୧୯) ଏବଂ ଲେଖାରାମ ବାବ୍ରୀ(୨୯)।ଏମାନେ ହତ୍ୟା, ଦୁଷ୍କର୍ମ, ନିଶା କାରବାର ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିଲେ।

କଏଦୀମାନେ ଜେଲରୁ ଫେରାର ହେବା ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ସୁଯୋଗର ଅପେକ୍ଷାରେ ଥିଲେ । ଆଜି ସକାଳୁ ଏହି ସୁଯୋଗ ମିଳିବାରୁ ସେମାନେ କାଳ ବିଳମ୍ବ ନକରି ଫେରାର ହେବାରେ ସକ୍ଷମ ହୋଇଥିଲେ ନିମୁଚା ଜେଲର ଜେଲର୍ ଆର ସି ବାସୁନିୟା କହିଛନ୍ତି। ଏଥିଲାଗି ସେ ଜେଲର ଅନୁଚ୍ଚ ପ୍ରାଚୀରକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ କଏଦୀମାନେ ଦଉଡ଼ି ସାହାଯ୍ୟରେ ଜେଲର ପାଚେରି ଉପରକୁ ଚଢ଼ି ଆର ପଟକୁ ଡେଇଁ ପଳାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କେନ୍ଦ୍ରୀୟ କାରାଗାରରୁ ୨୦୧୬ ଅକ୍ଟୋବର ୩୧ ତାରିଖରେ ୮ ଜଣ ସିମି ଆତଙ୍କବାଦୀ ଫେରାର ହୋଇଯାଇଥିଲେ ।

By amfnews

Related Post