Sat. Oct 17th, 2026
304 Views

ସୋର: ରବିବାର ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲାର ବାହାନଗା ରେଳବାଇ ଷ୍ଟେସନ୍‌ ନିକଟରେ କୋଇଲା ନେଇ ଯାଉଥିବା ଗୋଟାଏ ମାଲଗାଡ଼ିର ଏକ ବଗିରେ ନିଆଁ ଲାଗି ଧୂଆଁ ଉଠିବା ଦେଖାଯାଇଥିଲା।

କୋଇଲା ବୋଝେଇ କରି ମାଲଗାଡ଼ିଟି ପାରାଦୀପରୁ ହଳଦିଆ ଅଭିମୁଖେ ଯାଉଥିଲା। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଦୁଇଟି ଦମକଳ ପହଞ୍ଚିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପ୍ରବଳ ବର୍ଷା ଯୋଗୁଁ ଦମକଳ କାର୍ଯ୍ୟରେ ବାଧା ଉପୁଜିଛି।

By amfnews

Related Post