Thu. Jun 4th, 2026

ମଠ ଛାଡିବାକୁ ରାଜି ହେଉନାହାଁନ୍ତି ମହନ୍ତ

317 Views

ପୁରୀ  :  ମଠ ଛାଡିବାକୁ ରାଜି ନୁହନ୍ତି ମହନ୍ତ | ମଠ ଭିତରେ ମହନ୍ତ ବସିରହିଥିବାବେଳେ ପ୍ରଶାସନ ପକ୍ଷରୁ ବୁଝାସୁଝା ଜାରି ରହିଛି | ତେବେ ମଠ ଭିତରେ ମହନ୍ତ ଥିବାରୁ ଆଜି ମେସିନରେ ଉଛେଦ କରାଯାଉନାହିଁ | ଶ୍ରମିକଙ୍କ ସହାୟତାରେ ମଠ ଭଙ୍ଗା ଜାରି ରହିଛି | ତେବେ ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଭେଟି ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ଆଲୋଚନା କରି ବୁଝାସୁଝା କରିଥିଲେ । କିନ୍ତୁ ମହନ୍ତ କୌଣସି ପରିସ୍ଥିତିରେ ବି ଛାଡ଼ିବେନି ବୋଲି ମହନ୍ତ ରୋକଠୋକ କହିଦେଇଛନ୍ତି |

ସେପଟେ ଆଜି ୨୦ଟି ଦୋକାନ ଭଂଗା ଯିବାକୁ ମଧ୍ୟ ଯୋଜନା ରହିଛି । ବଣିଆ ପଟି ରୁ ୧୦ରୁ ଅଧିକ ଗହଣା ଦୋକାନକୁ ଉଚ୍ଛେଦ କରାଯିବ । ସେପଟେ ଉଚ୍ଛେଦକୁ ନଜରରେ ରଖି ସେସୁ ପକ୍ଷରୁ ବିଜୁଳି କାଟ୍ କରାଯାଇଛି । କାକୁଡି ଖାଇ ଛକରୁ ଦୋଳମଣ୍ଡପ ସାହି ଯାଏଁ ରାସ୍ତାକୁ ସିଲ୍ କରାଯାଇଛି ।

ସୁରକ୍ଷାରେ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଅତୀତରେ ପ୍ରାୟ ୯୫ କୋଟି ଟଙ୍କାର ୫ଶହରୁ ଅଧିକ ରୁପା ଇଟା ଏହିଭଳି ଏକ ଭଗ୍ନ ଅବସ୍ଥାରେ ଥିବା ଗୁପ୍ତ କୋଠରିରୁ ମିଳିଥିଲା, ସେହି ଦୃଷ୍ଟିରୁ ଏଠାରେ ବି ଅନେକ ସୁନା, ରୁପା ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ନାହିଁ। ଶୁକ୍ରବାର ଯେଉଁ ଗୁପ୍ତ କୋଠରି ସବୁର ସନ୍ଧାନ ମିଳିଥିଲା, ତାହା ଉପରୁ ପରଦା ହଟାଇବା ବଦଳରେ ଏହାକୁ ପୋତି ଦେଇଛି।

By amfnews

Related Post