Wed. Jun 24th, 2026

କଳିଙ୍ଗା ରାସ୍ତା ପାର୍ଶ୍ୱରେ ପଡ଼ିଛି ମୃତ ଶିଶୁପୁତ୍ର

301 Views

 କନ୍ଧମାଳ :  ଶନିବାର ସକାଳେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କଳିଙ୍ଗା-ରାଞ୍ଚି-ବଜୟଓ୍ଵାଡ଼ା କରିଡର୍‌ ପାର୍ଶ୍ୱରେ ଥିବା ଗୋଟାଏ ଢାବା ସାମ୍ନା ପଡ଼ିଆରେ ଏକ ମୃତ ଶିଶୁପୁତ୍ର ପଡ଼ିଥିବା ଲୋକେ ଦେଖିଛନ୍ତି।
ପାରିପାର୍ଶ୍ୱିକସ୍ଥିତି ଏବଂ ମୃତ ଶିଶୁ ଦେହରେ ଲାଗିଥିବା ଡାକ୍ତରୀ ଉପକରଣ ଦେଖି ଅନୁମାନ କରାଯାଉଛି ଯେ ପିଲାଟି କୌଣସି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଛି। ତା’ର ଆତ୍ମୀୟମାନେ ତାକୁ ଗତ ରାତିରେ ଏଠାରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି।
ଖବର ପାଇ ଘୁ. ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post