Tue. Sep 29th, 2026

ଭୁଲ୍‌ କ୍ରମେ ଦୁବାଇ ବସ୍‌ରେ ରହିଯାଇଥିବା ୬ ବର୍ଷିୟ ଭାରତୀୟ ବାଳକ ମୃତ

320 Views

ଦୁବାଇ : ଦୁବାଇରେ ଗୋଟାଏ ବସ୍‌ରେ ଭୁଲ୍‌କ୍ରମେ କେତେ ଘଣ୍ଟା ଧରି ଏକଲା ରହିଯାଇଥିବା ଜଣେ ୬ ବର୍ଷିୟ ଭାରତୀୟ ବାଳକର ମୃତ୍ୟୁ ଘଟିଛି ବୋଲି ରବିବାର ଦିନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ପିଲାଟିର ନାଁ ହେଉଛି ମହମ୍ମଦ ଫାର୍‌ହାନ୍‌ ଫୈଶାଲ୍‌ ଏବଂ ତାଙ୍କ ଘର କେରଳରେ। ଅଲ୍‌ କ୍ୟୁଜୋସ୍ଥିତ ଗୋଟାଏ ଇସ୍‌ଲାମିକ୍‌ କେନ୍ଦ୍ରରେ ସେ ଅଧ୍ୟୟନ କରୁଥିଲା।ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ କରମା ଠାରେ ବସ୍‌ ଚଢ଼ିବା ପରେ ସେ ଶୋଇ ପଡ଼ିଥିଲା। ଶନିବାର ସକାଳ ୮ଟାରେ କେନ୍ଦ୍ର ସାମନାରେ ସବୁ ଛାତ୍ର ଓହ୍ଲାଇ ପଡ଼ିଥିବା ବେଳେ ସେ ବସ୍‌ରେ ରହିଯାଇଥିଲା।

ଦୁଃଖଦ ଘଟଣା ସଙ୍କ୍ରାନ୍ତରେ ସେମାନଙ୍କୁ ଅପରାହ୍ଣ ୩ଟାରେ ସୂଚନା ଦିଆଯାଇଥିବା କଥା ଦୁବାଇ ପୁଲିସ କହିଛି। କେନ୍ଦ୍ରର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି ଯେ ପିଲାମାନଙ୍କୁ ଘରେ ଛାଡ଼ିବାକୁ ନେବାବେଳେ ଡ୍ରାଇଭର୍‌ ଫରହାନ୍‌ଙ୍କୁ ଦେଖିଲେ।

ତା’ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ି ନାହିଁ।

ଏଭଳି ଘଟଣା ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌ରେ ବିରଳ, କିନ୍ତୁ ପୂର୍ବରୁ ଘଟିଥିବା ଖବର ଅଛି।

୨୦୧୪ରେ ଆବୁଧାବିସ୍ଥିତ ଅଲ୍‌ ଉର୍ଦ୍ଦୁ ଏକାଡେମି ପ୍ରାଇଭେଟ୍‌ ସ୍କୁଲ୍‌ରେ କେଜି୧ରେ ପଢୁଥିବା ଜଣେ ଛାତ୍ର ବସ୍‌ରେ ରହିଯିବା ପରେ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିଲେ।

By amfnews

Related Post