Fri. Jul 3rd, 2026

ବିଜେପିରୁ ନିଲମ୍ବିତ ତିନି ଏବଂ ଜଣେ କଂଗ୍ରେସ ନେତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସୁରଟର ଦୁର୍ନୀତି ନିବାରଣ ବ୍ୟୁରୋ

199 Views

ସୁରଟ : ଗୁଜୁରାଟର ସୁରଟର ଦୁର୍ନୀତି ନିବାରଣ ବ୍ୟୁରୋ ପକ୍ଷରୁ ସହରର ଚାରିଜଣ କାଉନସିଲରଙ୍କ ବିରୋଧରେ ଆୟରୁ ଅଧିକ ସଂପତ୍ତ ମାମଲା ତଦନ୍ତ ଆରମ୍ଭ କରିଛନ୍ତି। ଏହି ଚାରିଜଣଙ୍କୁ ସୁରଟ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ପ୍ରାୟ ୨ ବର୍ଷ ତଳେ ଲାଞ୍ଚ ନେବା ବେଳେ ଧରିଥିଲେ । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଏସିବି ଗିରଫ ମଧ୍ୟ କରିଥିଲା। ଏମାନେ ସମସ୍ତେ ଜାମିନରେ ମୁକୁଳିଛନ୍ତି। ଏସିବିର ଅତିରିକ୍ତ ଡିଜି କେଶବ କୁମାରଙ୍କ ନିର୍ଦ୍ଦେଶରେ ଏନ ପି ମୋହିଲ ଏହି ମାମଲା ତଦନ୍ତ ଆରମ୍ଭ କରିଛନ୍ତି।

ଯେଉଁ ଚାରି ଜଣଙ୍କୁ ପୁଲିସ ଧରିଥିଲା ,ସେମାନେ ହେଲେ ବିଜେପିର ତତକାଳୀନ କାଉନସିଲର ମୀନା ରାଠୋର,ନାନ୍‌ସି ସୁମରା ଓ ଜୟନ୍ତୀଲାଲ ଭଣ୍ଡାରୀ ଏବଂ କଂଗ୍ରେସର କାଉନସିଲର ଲୀଲା ବେଜ ସେନାବନେ। ତେବେ ଗିରଫ ହୋଇଥିବା ତିନିଜଣ କାଉନସିଲରଙ୍କୁ ବିଜେପି ପାର୍ଟିରୁ ନିଲମ୍ବିତ କରିଛି।

ଏଠାରେ ସୂଚନା ଯୋଗ୍ୟ ମୀନା ରାଠୋର ହେଉଛନ୍ତି ସହରର ଓ୍ଵାର୍ଡ ନଂ ୨୫ର କାଉନସିଲର୍‌। ମୀନାଙ୍କ ସ୍ୱାମୀ ଦିନେଶ ରାଠୋର ଜଣେ ବିଲଡରଙ୍କ ଠାରୁ ୫ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ। ପରେ ଏହି ମାମଲାରେ ଜଡ଼ିତ ଥିବା ଜଣାଯିବାମାତ୍ରେ ମୀନା ରାଠୋରଙ୍କୁ ଏସିବି ଗିରଫ କରିଥିଲା।

By amfnews

Related Post