Mon. Sep 7th, 2026

ଭିଜିଲାନ୍ସ ଜାଲରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର

269 Views

ବଲାଙ୍ଗିର  : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଭିଜିଲାନ୍ସ ବିଭାଗର ଚାରୋଟି ଟିମ୍‌ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଜାରି ରଖିଛି।

ତାଙ୍କ ପ୍ୟାଲେସ୍‌ ଲାଇନ୍‌ ନିକଟ ଦଶମତି ନଗର ଘରେ ଭିଜିଲାନ୍ସ କର୍ମଚାରୀ ଚଢଉ କରୁଛନ୍ତି। ଏଥିସହ ମାଲପଡ଼ାସ୍ଥିତ ତାଙ୍କ ପୈତୃକ ଘର, ବଲାଙ୍ଗିରସ୍ଥିତ କାର୍ଯ୍ୟାଳୟ, ଭବାନୀପାଟଣାସ୍ଥିତ ଝିଅ ଘର ଉପରେ ମଧ୍ୟ ଏକକାଳୀନ ଚଢଉ ଜାରି ରହିଛି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ।

By amfnews

Related Post