Fri. Apr 24th, 2026
239 Views

ଉମରକୋଟ : ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତର ପିଇଓ କାଳୀପଦ କୀର୍ତ୍ତନିଆ ନାକେଦମ୍ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ପଲ୍ଲୀସଭା ଥିବାରୁ ଲୋକମାନେ ସକାଳ ୧୦ଟାରୁ ପିଇଓଙ୍କୁ ଅପେକ୍ଷା କରିଥିଲେ। ହେଲେ ପିଇଓ ଅପରାହ୍ନ ୪ଟାରେ ପହଞ୍ଚିଥିଲେ। ଏହାକୁ ନେଇ ଲୋକମାନେ ଉତ୍ତ୍ୟକ୍ତ ହୋଇପଡିଥିଲେ। ପିଇଓଙ୍କୁ ସେମାନେ ଦୀର୍ଘ ସମୟ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ।

ଏନେଇ ଖବର ପାଇ ଝରିଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପିଇଓଙ୍କୁ ଛାଡି ଥିଲେ। ଏହାପୂର୍ବରୁ ପଞ୍ଚାୟତର ଅନେକ ଘୋଟାଲାକୁ ନେଇ ଗ୍ରାମବାସୀ ବ୍ଲକ ସ୍ତରରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି। ତଥାପି ଦୁର୍ନୀତିକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ।

By amfnews

Related Post