Sun. Sep 27th, 2026

ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ୍ରିପୁରା ସରକାର

294 Views

ନୂଆଦିଲ୍ଲୀ  : ବିରୋଧୀ ଦଳ ପ୍ରାୟୋଜିତ ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ ତ୍ରିପୁରା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦେଶରେ ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ଜଣାଇବାକୁ ବନ୍ଦ ଡାକରା ଦିଆଯାଇଥିଲା।

ଯେଉଁମାନେ ସେଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୦ ତାରିଖ ଦିନ ଡିୟୁଟିରେ ଯୋଗ ଦେଇ ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁକ୍ରବାର ସନ୍ଧ୍ୟାରେ ସାଧାରଣ ପ୍ରଶାସନ (ପ୍ରଶାସନିକ ସଂସ୍କାର) ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଛି।

ବନ୍ଦ ଡାକରା ଆଗରୁ ସାଧାରଣ ପ୍ରଶାସନ ଏକ ମେମୋ ଜାରି କରି ଦିନ ୧୨ ସୁଦ୍ଧା ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଥିଲା।

ଏ ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମନ୍‌ ରବିବାର ଦିନ କହିଛନ୍ତି: ଭାରତରେ କୌଣସି ସରକାର ବନ୍ଦକୁ ଆନୁଷ୍ଠାନିକ ଭାବେ ସମର୍ଥନ କରୁଥିବେ ବୋଲି ମୋର ମନେହୁଏନି। ସରକାରୀ ଆଦେଶ ପାଳୁ ନ ଥିବା ବ୍ୟକ୍ତିଙ୍କୁ କୈଫୟତ୍‌ ମଗାଯିବା ଉଚିତ। ତାହା ସତ୍ୟ ହୋଇଥିଲେ ଗ୍ରହଣ କରାଯିବ।

କଂଗ୍ରେସ ପାର୍ଟି ନେତୃତ୍ୱରେ କେତେଗୁଡ଼ିଏ ବିରୋଧୀ ଦଳ ଦେଶରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ବୃଦ୍ଧି ବିରୋଧରେ ଗତ ସୋମବାର ଦିନ ଭାରତ ବନ୍ଦ ଡାକରା ଦେଇଥିଲେ।

By amfnews

Related Post