Mon. Sep 7th, 2026

କୋଲକାତା କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ବାଗ୍‌ରି ବାଜାରରେ ଅଗ୍ନିକାଣ୍ଡ; ଘଟନାସ୍ଥଳରେ ୩୦ ଦମକଳ

300 Views

କୋଲକାତା: ରବିବାର ପ୍ରତ୍ୟୁଷରେ କେନ୍ଦ୍ରୀୟ କୋଲ୍‌କାତାର କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ଅନ୍ତର୍ଗତ ବାଗ୍‌ରି ବାଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟନାସ୍ଥଳରେ ପ୍ରାୟ ୩୦ଟି ଦମକଳ ପହଞ୍ଚିଛନ୍ତି।

ରାତି ପ୍ରାୟ ୨. ୪୫ ମିନିଟ୍‌ ସମୟରେ ନିଅାଁ ବ୍ୟାପିଥିଲା।

କୋଲ୍‌କାତା ମେୟର୍‌ ଶୋଭନ ଚାଟାର୍ଜୀ କହନ୍ତି: ଆମେ ପାରୁପର୍ଯ୍ୟନ୍ତେ ଉଦ୍ୟମ କରୁଛୁ, କିନ୍ତୁ ଗୁଡ଼ାଏ କୋଠାବାଡ଼ି ଥିବାରୁ ଏଠାରେ ନିଅାଁ ଲିଭା ଅଭିଯାନ ବଡ଼ କଷ୍ଟସାଧ୍ୟ ହୋଇପଡ଼ିଛି। କେହି ଆହତ ହୋଇଥିବା ଖବର ନାହିଁ।

ନିଅାଁ ଲାଗିବାର କାରଣ ଜଣାପଡ଼ିନାହିଁ।

ପ୍ରଥମେ କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ଅଗ୍ନିକାଣ୍ଡସ୍ଥଳକୁ ୨୦ଟି ଦମକଳ ପଠାଯାଇଥିଲା, ମାତ୍ର ନିଅାଁ ଅଧିକ ଚରିଯିବାରୁ ଆଉ ଦଶଟି ଦମକଳ ପଠାଯାଇଛି।

କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ରେ ଯାନବାହନ ଚଳାଚଳ ଉପରେ ଟ୍ରାଫିକ୍‌ ପୁଲିସ କଟକଣା ଜାରି କରିଛି।

ମାଜେରହାଟ୍‌ ପୋଲ ଭୁଶୁଡ଼ି ପଡ଼ିବା ଦିନ ଠାରୁ କୋଲ୍‌କାତା ଜାତୀୟ ଗଣମାଧ୍ୟଗୁଡ଼ିକର ମୁଖ୍ୟ ଖବର ପାଲଟିଛି। ୪୦ ବର୍ଷ ପୁରାତନ ସେ ପୋଲଟି ଦକ୍ଷିଣ କୋଲ୍‌କାତାର ମୁଖ୍ୟ ସଂଯୋଗକାରୀ ରାସ୍ତା ଭାବେ ବ୍ୟବହୃତ ହୋଇଆସୁଥିଲା। ପ୍ରତ୍ୟେହ ତା’ ଉପର ଦେଇ ଶହ ଶହ ଲୋକେ ଯାତାୟାତ କରୁଥିଲେ। ପୋଲ ଭାଙ୍ଗିପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ଗୋଟିଏ ସପ୍ତାହ ଧରି ଚାଲିଥିଲା।

By amfnews

Related Post