Mon. Aug 31st, 2026

ଭାରତର ୧୧ ରୁ ୩ଟି ଆକାଶ ମାର୍ଗକୁ ବନ୍ଦ କଲା ପାକିସ୍ତାନ, ଏୟାର ଇଣ୍ଡିଆ କହିଲା , କିଛି ପ୍ରଭାବ ପଡ଼ିବ ନାହିଁ

240 Views

ନୂଆଦିଲ୍ଲୀ  : ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣାକୁ ନେଇ ପାକିସ୍ତାନ ଖୁବ୍‌ ବିଚଳିତ ହୋଇପଡ଼ିଛି। ଏବେ ପାକିସ୍ତାନ ଭାରତ ପାଇଁ ପାକିସ୍ତାନ ନିଜର ୧୧ଟି ଆକାଶ ମାର୍ଗ ମଧ୍ୟରୁ ତିନିଟିକୁ ବନ୍ଦ କରି ଦେଇଥିବା ଜଣାଯାଇଛି।

ପାକିସ୍ତାନ ଏୟାରସ୍ପେସ ବନ୍ଦ କରିବା ଉପରେ ଏୟାର ଇଣ୍ଡିଆ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ ଏହାଦ୍ୱାରା ଭାରତ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌) ସମସ୍ତ ବିମାନରେ ସୁରକ୍ଷା ବ୍ୟବସ୍ଥା ଓ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଗତକାଲି ପାକିସ୍ତାନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Image result for airspace pakistan

ସୂଚନାଯୋଗ୍ୟ ଯେ ଭାରତକୁ ଅଡ଼ୁଆରେ ପକାଇବାକୁ ପାକିସ୍ତାନ ସରକାର ଭାରତୀୟ ବିମାନ ପାଇଁ ନିଜର ବାୟୁସୀମାକୁ ପୁଣି ବନ୍ଦ କରିବାକୁ ବିଚାର କରୁଛି ବୋଲି ପାକିସ୍ତାନୀ ସମ୍ବାଦପତ୍ର ଦ ଟାଇମ୍ସ ଅଫ ପାକିସ୍ତାନରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଅଗଷ୍ଟ ୧୪କୁ ନିଜର ସ୍ୱାଧୀନତା ଦିବସରେ କାଶ୍ମୀରୀମାନଙ୍କୁ ଏକତା ଦେଖାଇବା ଓ ଅଗଷ୍ଟ ୧୫କୁ କଳା ଦିବସ ରୂପେ ପାଳନ କରବାକୁ ପାକିସ୍ତାନ ଆହ୍ଵାନ ଦେଇଛି।

By amfnews

Related Post