Mon. Aug 31st, 2026

ବିମାନ ବନ୍ଦରରେ ଅଟକ ରହିଲେ ଶ୍ରୀନଗରରେ ପହଞ୍ଚି ଥିବା ଗୁଲାମ ନବି ଆଜାଦ

246 Views

ନୂଆଦିଲ୍ଲୀ  : କଶ୍ମୀର ଉପତ୍ୟକାକୁ ଯାଉଥିବା କଂଗ୍ରେସ ସାଂସଦ ଓ ରାଜ୍ୟସଭାରେ ବିରୋଧୀ ନେତା ଗୁଲାମ ନବି ଆଜାଦଙ୍କୁ ଗୁରୁବାର ଦିନ ଶ୍ରୀନଗର ବିମାନ ବନ୍ଦର ଠାରେ ଅଟକ ରଖାଯାଇଛି।

କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ସ୍ୱଂୟଶାସିତ ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦ ପ୍ରତ୍ୟାହାର ଏବଂ ହିମାଳୟ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରିବାର ଅଳ୍ପ ଦିନ ପରେ ଆଜାଦ ସେଠାକୁ ଯାଇଛନ୍ତି।

ତାଙ୍କ ସହ ଅଛନ୍ତି ଜମ୍ମୁ ଓ କଂଗ୍ରେସର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦ ମିର। ଶ୍ରୀନଗରକୁ ଯିବା ପୂର୍ବରୁ ଆଜାଦ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ କଶ୍ମୀରର ଶୋପିଆଁ ଜିଲ୍ଲାରେ ସ୍ଥାନୀୟ ଅଧିବାସୀଙ୍କ ସହ କଥାବାର୍ତ୍ତା କରୁଥିବାର ଫଟୋ ଓ ଭିଡିଓ ସଂକ୍ରାନ୍ତରେ ବିବୃତି ଦେଇ କହିଥିଲେ ଅର୍ଥ ବଳରେ ସବୁ କିଣି ହୁଏ। ଡୋଭାଲ୍‌ ବୁଧବାର ଦିନ ସେଠାରେ ସ୍ଥାନୀୟ ଲୋକମାନଙ୍କ ସହ ଗପସପ କରି ବନ୍ଦ ଦୋକାନ ସାମ୍ନା ଫୁଟ୍‌ପାଥ୍‌ କଡ଼ରେ ଖାଦ୍ୟ କିଣି ଖାଉଥିବା ଦେଖାଯାଇଥିଲା। ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।

By amfnews

Related Post