Fri. Jul 3rd, 2026

ଭାଜପା ଆୟ ରିପୋର୍ଟ ଦାଖଲ କରିଛି , କଂଗ୍ରେସ୍‌ ଏଯାଏଁ ଦେଇନାହିଁ

205 Views

ନୂଆଦିଲ୍ଲୀ, ଡିସେମ୍ବର ୧୮ : ଭାରତୀୟ ଜନତା ପାର୍ଟି ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ୍‌ ୧ହଜାର ୨୭ କୋଟି ୩୪ ଲକ୍ଷ ଟଙ୍କାର ଆୟ କରିଛି ଓ ସେଥିିମଧ୍ୟରୁ ଏହାର ୭୪ ପ୍ରତିଶତ ଅର୍ଥ ଅର୍ଥାତ୍‌ ୭୫୮ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ କରିଛି। ତେବେ କଂଗ୍ରେସ ପାର୍ଟି ଏହି ସମୟ ମଧ୍ୟରେ ଅର୍ଥ ବିନିଯୋଗ କରିଛି,ତାହାର ଅଡିଟ୍‌ ରିପୋର୍ଟ ଏଯାଏଁ ଦାଖଲ କରିନଥିବା ଜଣାଯାଇଛି। ଗତ ଅକ୍ଟୋବର ୩୦ ତାରିଖ ଥିଲା ଏହି ରିପୋର୍ଟ ଦାଖଲ କରିବାର ଶେଷ ତାରିଖ।
ବହୁଜନ ସମାଜ ପାର୍ଟି ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ୍‌ ୧୧ କୋଟି ୭୦ ଲକ୍ଷ ଟଙ୍କା ଆୟ କରିଛି ଓ ସେଥିରୁ ମାତ୍ର ୨୯ ପ୍ରତିଶତ ଅର୍ଥ ବ୍ୟୟ କରିଛି। ଅପର ପକ୍ଷରେ ଶରଦ ପାଓ୍ଵାରଙ୍କ ଏନ୍‌ସିପି ହେଉଛି ଏକମାତ୍ର ଦଳ ଯାହା ଏହାର ଆୟ ଠୁଁ ଅଧିକ ଖର୍ଚ୍ଚ କରିଥିବା ଜଣାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏନସିପିର ଆୟର ପରିମାଣ ହେଲା ୮ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।ଭାଜପା ନିର୍ଦ୍ଧାରିତ ତାରିଖର ୨୪ ଦିନ ପରେ ଅଡିଟ୍‌ ରିପୋର୍ଟ ଦାଖଲ କରିଥିବା ବେଳେ ଏନସିପି ୨୦ ଦିନ ପରେ ଏବଂ ସିପିଆଇ ମାତ୍ର ଦିନକ ପରେ ଏହି ରିପୋର୍ଟ ଦାଖଲ କରିଥିଲା। ଛଅଟି ଜାତୀୟ ରାଜନୈତିକ ଦଳ ମଧ୍ୟରୁ କେବଳ ଭାରତୀୟ ଜନତା ପାର୍ଟି ଇଲେକ୍ଟୋ୍ରରାଲ୍‌ ବଣ୍ଡ ମାଧ୍ୟମରେ ୨୧୦ କୋଟି ଟଙ୍କାର ଆୟ କରିଥିବା ଦର୍ଶାଇଛି।

By amfnews

Related Post