Thu. Jun 11th, 2026

କାମାକ୍ଷାନଗର: ନାଳକୁ ଖସିପଡ଼ିଲା ବାଇକ, ଜଣେ ମୃତ, ଜଣେ ଗୁରୁତର

316 Views

କାମାକ୍ଷାନଗର, ଡିସେମ୍ବର ୧୮ : ଗତକାଳି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଉର୍ବେଙ୍ଗି ନାଳରେ ଭାରସାମ୍ୟ ହରାଇ ଏକ ବାଇକ୍‌ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବ୍ରାହ୍ମଣିଆ ଗ୍ରାମର ଶ୍ରୀକାନ୍ତ ନାୟକ(୩୮ ବର୍ଷ) ଓ ମାନସ ନାୟକ(୩୫ ବର୍ଷ) ଗତକାଲି ଅପରାହ୍ଣରେ କଙ୍କଡ଼ାହାଡ ବଜାରକୁ ଯାଇ ସନ୍ଧ୍ୟାରେ ବାଇକ୍‌୍‌ ଯୋଗେ ଗାଁକୁ ଫେରୁଥିଲେ। ତେବେ ସେମାନେ ଅସାବଧାନତା ବଶତଃ ଉର୍ବେଙ୍ଗି ନାଳରେ ଖସିପଡ଼ିଥିଳେ। ସେମାନେ ନାଳରେ ଖସିପଡ଼ିଥିବା ସମ୍ପର୍କରେ କେହି ଜାଣି ନ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ରାତିରେ ସେମାନଙ୍କୁ ନ ପାଇ ଥାନାରେ ଜଣାଇତିଷଳ। ତେବେ ଆଜି ସକାଳେ ଉର୍ବେଙ୍ଗି ନାଳରେ ବାଇକ ସହିତ ଦୁଇଜଣ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତ ଓ ମାନସଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି।

By amfnews

Related Post