Sun. Sep 27th, 2026

ବିଜେପୁର ବିଧାନସଭା ଉପନିର୍ବାଚନରେ ରୀତା ସାହୁଙ୍କ ବିପୁଳ ବିଜୟ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

345 Views

ଭୁବନେଶ୍ୱର  :   ଗୁରୁବାର ଅପରାହ୍ଣରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନ େଓ୍ଵବ୍‌ସାଇଟ୍‌ ସୂଚନା ଅନୁସାରେ, ବିଜେଡି ପ୍ରାର୍ଥିନୀ ରୀତା ସାହୁ ୧୩୫୯୫୭ ଖଣ୍ଡ ଭୋଟ୍‌ ପାଇ ଏହି ନିର୍ବାଚନରେ ବିଜୟିନୀ ହୋଇଛନ୍ତି।ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବା ୩୭୯୬୭ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା। ସେ ୫୮୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

By amfnews

Related Post