Sat. Oct 17th, 2026

ପ୍ରବଳ ବର୍ଷାରେ ଭୁଶୁଡିଲା ପାହାଡ଼; ଲୋକେ ଆତଙ୍କିତ

550 Views

ପାରଳାଖେମୁଣ୍ଡି: ଗତକାଲି ଠାରୁ ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଦୁଇଦିନ ଧରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଗୁମ୍ମା ବ୍ଲକ୍‌ ତିପିସିଂ-କୁଲମ ମଧ୍ୟରେ ଥିବା ଏକ ପାହାଡ ଗୁରୁବାର ହଠାତ ଭୁଶୁଡି ପଡ଼ିଛି।

ପାହାଡ ଭୁଶୁଡିବା ହେତୁ ୪ଟି ଘର ସହିତ ଘର ଆଖପାଖରେ ଥିବା ଜୀବଜନ୍ତୁ ଓ ଘରର ଅନେକ ସମାଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପାହାଡ ଭୁଶୁଡିବା ଖବର ପାଇବା ପରେ ଘଟଣାସ୍ଥଳରେ ଗୁମ୍ବା ବ୍ଲକ୍‌ ବିଡିଓ ପହଞ୍ଚି ପରିସ୍ଥିତି ପଚାରି ବୁଝିବା ସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ସେହିପରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ଅତି ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇ ବହୁ ବଡ଼ ବଡ଼ ପଥର ଖଣ୍ଡ ପାହାଡ଼ ଉପରୁ ଖସି ପଡ଼ିଥିଲା। ଯାହାକୁ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇ ଯାଇଥିଲେ। ପାହାଡ ଉପରୁ ଏହି ବଡ଼ ପଥର ଖଣ୍ଡ ରାସ୍ତା ଉପରକୁ ଖସି ପଡ଼ିବା ହେତୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

By amfnews

Related Post