Mon. May 20th, 2024

ବିଜେପି ‘ହାୱା’ ଉଡିଗଲା : ଉପନିର୍ବାଚନରେ ଝଟ୍କା ଦେଲା ବିରୋଧୀ ମେଣ୍ଟ

By amfnews May 31, 2018 #Featured
153 Views

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ଉପନିର୍ବାଚନରେ ବିଜେପିର ମୋଦି , ଯୋଗୀ ଏବଂ ଅମୀତଙ୍କ ୱେଭ୍ (ହାୱା) କିଛି କାମ ଦେଲାନି । ଆଜିର ଉପନିର୍ବାଚନ ଫଳାଫଳରେ ବିରୋଧୀଙ୍କ ମେଣ୍ଟକୁ ବଡ ସଫଳତା ମିଳିଛି । ଏହି ମେଣ୍ଟ ବିଜେପି ହାତରୁ ଦୁଇଟି ଆସନ ଛଡାଇ ନେଇଛି ।
ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ମହଙ୍ଗା ପଡିବ ।
। ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି। ତବସୁମ୍ ହସନଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା। ବିଏସପି ମଧ୍ୟ ଭିତିରିଆ ଭାବେ ତାଙ୍କୁ ସମର୍ଥନ କରିଥିଲା। ଏକାଠି ହୋଇ ବିଜେପିଠାରୁ ଏହି ଆସନକୁ ଛଡ଼ାଇ ନେଇଛନ୍ତି ବିରୋଧୀ ।

କେବଳ କାଇରାନା ନୁହେଁ, ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିୟା ଆସନରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି ବିଜେପି । ଏହି ଆୟସନରେ ବିଜୟୀ ହୋଇଛନ୍ତି ଏନସିପି ପ୍ରାର୍ଥୀ କୁକାଡ଼େ ୟଶଓ୍ୱନ୍ତ ରାଓ । ୨୦୧୪ ନିର୍ବାଚନରେ ଏନସିପି ଏହି ଆସନକୁ ଛଡ଼ାଇ ନେଇଥିଲା ବିଜେପି । ୪ ବର୍ଷ ପରେ ତାର ପ୍ରତିଶୋଧ ନେଇଛି ଏନସିପି।ତେବେ ମହାରାଷ୍ଟ୍ରର ସମ୍ମାନଜନକ ପଲଘର ଆସନକୁ ବଜାୟ ରଖିବାରେ ସକ୍ଷମ ହୋଇଛି ବିଜେପି । ଏଠାରେ ବିଜେପି ପ୍ରାର୍ଥୀ ଗାଭିଟ୍ ରାଜେନ୍ଦ୍ର ବିଜୟୀ ହୋଇଛନ୍ତି । ସେହିପରି ନାଗାଲାଣ୍ଡ ଲୋକସଭା ଆସନରେ ବିଜୟୀ ହୋଇଛି ଘଊଚଚ। ଗତ ଥର ଏହି ଆସନରେ ଘଚୠ ବିଜୟୀ ହୋଇଥିଲା ।
୧୦ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବିଜେପି ଓ ଏହାର ସହଯୋଗୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବିହାରର ଜୋଖିହାଟ୍ ଆସନକୁ ଜେଡିୟୁରୁ ଛଡ଼ାଇ ଆଣିଛି ଲାଲୁ ଯାଦବଙ୍କ ଆରେଜଡି । ଏହି ଆସନରେ ବିଜୟୀ ହୋଇଛନ୍ତି ଆରେଜଡି ପ୍ରାର୍ଥୀ ଶାହନଓ୍ୱାଜ । ସେହିପରି ୟୁପିର ନୁପୁର ବିଧାନସଭା ଆସନକୁ ବିଜେପିରୁ ଛଡ଼ାଇ ନେଇଛି ସମାଜବାଦୀ ପାର୍ଟି । ଏହି ଆସନରେ ଦଳର ପ୍ରାର୍ଥୀ ନୟିମ୍ ଉଲ୍ ହସନ ବିଜୟୀ ହୋଇଛନ୍ତି । ପଂଜାବର ଶାହାକୋଟ ଆସନକୁ ଶିରୋମଣି ଅକାଳି ଦଳଠାରୁ ଛଡ଼ାଇ ନେଇଛି କଂଗ୍ରେସ । ଦଳର ପ୍ରାର୍ଥୀ ହରଦେବ ସିଂହ ଲାଡି ଏଠାରେ ବିଜୟୀ ହୋଇଛନ୍ତି । ତେବେ ଉତ୍ତରାଖଣ୍ଡରେ ଥରାଳି ଆସନରେ ନିଜ ଗଡ଼ ରକ୍ଷା କରିବାରେ ସଫଳ ହୋଇଛି ବିଜେପି । ଏହି ଆସନରେ ଦଳର ପ୍ରାର୍ଥୀ ଜିତ୍ ରାମ୍ ବିଜୟୀ ହୋଇଛନ୍ତି ।

ମହାରାଷ୍ଟ୍ରରେ ପାଲୁସ୍ କାଡ଼େଗାଁଓ ବିଧାନସଭା ଆସନରେ ପୁଣି ଥରେ ଜିତିଛି କଂଗ୍ରେସ। କଂଗ୍ରେସର ବିଶ୍ୱଜିତ୍ ପତନଗ୍ରାଓ ଏହି ଆସନରେ ବିଜୟୀ ହୋଇଛନ୍ତି । ପଶ୍ଚିମବଙ୍ଗର ମହେଶ ତଲା ବିଧାନସଭା ଆସନକୁ ମଧ୍ୟ ଟିଏମସି ବଜାୟ ରଖିବାରେ ସକ୍ଷମ ହୋଇଛି । କେରଳ ଚେଙ୍ଗାନୁରରେ ସିପିଏମ୍ ପୁଣି ଥରେ ବିଜୟୀ ହୋଇଥିବା ବେଳେ ଝାଡ଼ଖଣ୍ଡର ଦୁଇଟି ଆସନ ସିଲି ଓ ଗୋମିଆରେ ନିଜ ଗଡ଼ ରକ୍ଷା କରିପାରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ମେଘାଳୟ ଅମ୍ପାତିରେ କଂଗ୍ରେସର ପ୍ରାର୍ଥୀ ମିଆନି ଡି ସିରା ବିଜୟୀ ହୋଇଛନ୍ତି । ଏହା ଦ୍ୱାରା ରାଜ୍ୟରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ।
କର୍ଣ୍ଣାଟକ ଆର. ଆର. ନଗର ବିଧାନସଭା ଆସନରେ ଏଥର କଂଗ୍ରେସର ପ୍ରାର୍ଥୀ ମଣିରତ୍ନ ବିଜୟୀ ହୋଇଛନ୍ତି । ଏହା ଦ୍ୱାରା କଂଗ୍ରେସ-ଜେଡିଏସ୍ ମେଣ୍ଟର ଶକ୍ତି ବୃଦ୍ଧି ହୋଇଛି ।

By amfnews

Related Post