Mon. May 20th, 2024

ପଶ୍ଚିମ ବଙ୍ଗର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ନେତା ଗିରଫ

By amfnews May 31, 2018 #Featured
266 Views

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ତାଲିକାରେ ରହିଥିବା ଅଲିକ ଚକ୍ରବର୍ତ୍ତୀକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପୋଲିସର ମିଳିତ ଉଦ୍ୟମରେ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏହି ମାଓବାଦୀକୁ ଗିରଫ କରିଛି କମିସନରେଟ ପୋଲିସ । ଚକ୍ରବର୍ତ୍ତୀର ଓଡିଶା ଆସିବା ନେଇ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ତଦନ୍ତ ପରେ ଏହା ଜଣାପଡିବ ।
ଏହି ମାଓବାଦୀ ଜଣକ ପଶ୍ଚିମବଙ୍ଗର ରେଡ ଷ୍ଟାର ଲିଡର ରହିବା ସହ ତା ନାଁରେ ବିଭିନ୍ନ ଅପରାଧିକ ତାଲିକା ରହିଛି । ମାଓବାଦୀ ଜଣକ ଦୀର୍ଘଦିନ ଧରି ପୋଲିସ ସହ ଲୁଚକାଲି ଖେଳୁଥିଲା । ପାଖାପାଖି ୩ ରୁ ୪ଦିନ ଭୁବନେଶ୍ୱରରେ ପଇଁତରା ମାରିବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିମ୍ବା ଲୁଚି ରହିଥିବା ନେଇ ପୋଲିସ ଖବର ପାଇଥିଲା । ଏହା ପରେ ସମ୍ପୃକ୍ତ ହସ୍ପିଟାଲକୁ ଯାଇ ପୋଲିସ ମାଓବାଦୀକୁ ଗିରଫ କରିଛି ।

By amfnews

Related Post