Thu. Aug 13th, 2026

ବିଜୁ କୃଷକ ଜନତା ଦଳର ଦିଲ୍ଲୀ ଯାତ୍ରା

264 Views

ଭୁବନେଶ୍ବର, ଜାନୁଆରୀ ୬  : ଧାନର ସର୍ବନିମ୍ନ ସହାୟକ ରାଶି ୨୯୩୦ ଟଙ୍କା ରଖିବା ଓ ଚାଷୀକୂଳ ସ୍ବାର୍ଥର ସୁରକ୍ଷା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ଆସନ୍ତା ୮ ତାରିଖରେ ନୂଆଦିଲ୍ଲୀରେ ଧାରଣା ଓ ବିକ୍ଷୋଭ କରାଯିବ। ଏଥି ପାଇଁ ବିଜେଡିର କୃଷକ ନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ଆଜି ରାତିରେ ନୂଆଦିଲ୍ଲୀ ଅଭିମୁଖେ ଯାଇଛନ୍ତି।

ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବର ଷ୍ଟେସନ୍‌ରୁ ଯାତ୍ରା କରିଥିଲେ। ନୂଆଦିଲ୍ଲୀ ଯିବା ପୂର୍ବରୁ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ ଏକାଠି ହୋଇଥିଲେ। ବିଜେଡି ସଭାପତି ତଥା‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଯାତ୍ରାର ଶୁଭାରମ୍ଭ କରିଥିଲେ।

ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନାଙ୍କ ନେତୃତ୍ବରେ ପ୍ରତିନିଧିମାନେ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଏହି ପ୍ରତିନିଧିମାନେ ୭ ତାରିଖରେ ସେଠାରେ ପହଞ୍ଚିବେ। ୮ ତାରିଖ‌େର ହେବାକୁ ଥିବା ବିକ୍ଷୋଭ ଓ ଧାରଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବେ। ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃ୍ତ୍ବରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ।

By amfnews

Related Post