Sun. May 17th, 2026

ବାଚସ୍ପତିଙ୍କ ସମନକୁ ବିଦ୍ରୋହୀ ବିଧାୟକଙ୍କ ଅଣଦେଖା, ମାଗଲେ ୪ ସପ୍ତାହ ସମୟ

305 Views

ନୂଆଦିଲ୍ଲୀ  : କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଶେଷ ହେବାର ନାଁ ଧରୁନି। ମେଣ୍ଟ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୧୩ ଜଣ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ରେମଶ କୁମାର ଆଜି ୧୧ଟା ସୁଦ୍ଧା ସାକ୍ଷାତ କରିବାକୁ କହିଥିଲେ। ହେଲେ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇରୁ ବେଙ୍ଗାଲୁରୁ ଆସିବାକୁ ମନା କରି ଦେଇଛନ୍ତି। ଏଥିସହ ସେମାନେ ଚିଠି ଲେଖି ସାକ୍ଷାତ ପାଇଁ ୪ ସପ୍ତାହର ସମୟ ଲୋଡ଼ିଛନ୍ତି।

ଏହାପରେ ବାଚସ୍ପତି ଆଇନଗତ ଉପାୟରେ କି ପଦକ୍ଷେପ ନିଆଯିବ, ତା’ର ବ୍ୟବସ୍ଥା ପାଇଁ ଓକିଲଙ୍କ ସହ କଥା ହୋଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବାଚସ୍ପତି ରମେଶ କୁମାର କହିଛନ୍ତି, “ବର୍ତ୍ତମାନ ବିଧାୟକମାନଙ୍କ ମାମଲା କୋର୍ଟରେ ରହିଛି। ତେଣୁ କୋର୍ଟ ଏହାର ବିଚାର କରିବେ।

କାରଣ କୋର୍ଟ ବିଦ୍ରୋହୀ ବିଧାୟକଙ୍କୁ ଆସ୍ଥା ଭୋଟରେ ଯୋଗ ଦେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କହିଥିଲେ। ହେଲେ ମୁଁ ସେମାନଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ପାଇଁ ଡାକିଥିଲେ। ତଥାପି ସେମାନେ ୪ ସପ୍ତାହ ସମୟ ଲୋଡ଼ିଛନ୍ତି। ଏବେ କୋର୍ଟ ବିଚାର ଉପରେ ସବୁ କିଛି ନିର୍ଭର କରୁଛି।” ଅନ୍ୟପକ୍ଷରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବିଧାନସଭାରେ ଆସ୍ଥା ଭୋଟ ଶେଷ ହେବ ବୋଲି ବାଚସ୍ପତି କହିଛନ୍ତି।

By amfnews

Related Post