Wed. Aug 19th, 2026
168 Views

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ତଥା ବାମରା ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ରାମପୁର ଡିଭିଜନ୍‌ରୁ ଏକ ବାଘ ଛାଲ ଜବତ ହୋଇଛି। ଘଟଣାରେ ନାକଟିଦେଉଳ ବ୍ଲକ ଡଇଁଚା ଅଞ୍ଚଳ ମଙ୍ଗଲପୁର ଗାଁ’ର ମଧୁସୂଦନ ସାହୁ (୩୬)କୁ ଗିରଫ କରାଯାଇଛି। ବନବିଭାଗ ଅଧିକାରୀମାନେ ଅଭିଯୁକ୍ତକୁ ପଚରାଉଚରା କରୁଥିବାବେଳେ ଘଟଣା ସଂପର୍କରେ ସବିଶେଷ ବିବରଣୀ ମିଳିପାରି ନାହିଁ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଚିତ୍ତରଂଜନ ମିଶ୍ର ବାଘ ଛାଲ ଜବତ ଘଟଣାକୁ ସ୍ବୀକାର କରିଛନ୍ତି। ଜବତ ଛାଲ କଲରା ପତରିଆ (ଲିଓପାର୍ଡ)ର ବୋଲି ସେ ସୂଚନା ଦେଇଛନ୍ତି। ତେବେ, ଘଟଣା ସଂପର୍କରେ ଛାନ୍‌ଭିନ୍‌ ଚାଲିଥିବାବେଳେ ଆସନ୍ତାକାଲି ଏ ସଂପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

By amfnews

Related Post