Mon. Sep 28th, 2026

ବହୁମୂଲ୍ୟର ଚିତାବାଘ ଛାଲ ଜବତ, ୬ ଅଟକ

278 Views

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ଚଟିବରଘାଟ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁମୂଲ୍ୟର ଚିତାବାଘ ଛାଲ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବରପାଇ ଦେବଗଡ଼ ବନ ବିଭାଗର ରେଂଜର୍ କୁଶ ଚରଣ ସିଂହ ଏବଂ ଫରେଷ୍ଟର୍ ପ୍ରସନ୍ନ ସାହୁ ଦେବଗଡ଼ ଟାଉନ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମରେ ଚଢ଼ାଉ କରିଥିଲେ। ସେଠାରୁ ଚିତାବାଘ ଛାଲ ଜବତ କରିଥିଲେ। ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବନ ବିଭାଗ ଏହି ମାମଲାରେ ଛଅଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।

ଏମାନଙ୍କ ଭିତରୁ ଦୁଇଜଣଙ୍କର ପରିଚୟ ମିଳିଛି। ଜଣେ ହେଲେ ତିଲେଇବଣୀ ବ୍ଲକର ପାଳକୁଦର ଗ୍ରାମର ଦେବେନ୍ଦ୍ର ରଣଛୁରିଆ (୩୬) ଏବଂ ଆରଜଣକ ହେଲେ ବାରକୋଟ ବ୍ଲକର ମଧ୍ୟପୁର ଗାମର ସନାତନ ଲୁହୁରା(୧୯)।ସେମାନେ ଏହାକୁ ସମ୍ବଲପୁରରେ ବିକ୍ରି କରିବାର ଯୋଜନା କରିଥିଲେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ଏବେ ବି ଚଢ଼ାଉ ଜାରି ରହିଛି। ସୂଚନାଯୋଗ୍ୟ ଗତ ଦୁଇ ମାସତଳେ କ୍ରାଇମ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇ ଏକ ବାଘଛାଲ ଜବତ କରାଯାଇଥିଲା।

By amfnews

Related Post