Sat. Aug 15th, 2026

ଓଡ଼ିଶା ସୀମାନ୍ତରେ ଗ୍ରେହାଉଣ୍ଡ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ , ୨ ମାଓବାଦୀ ନିହତ

277 Views

ମାଲକାନଗିରି: ଓଡ଼ିଶା ସୀମାନ୍ତରେ ଥିବା ଜିକେ ମଣ୍ଡଲ ପାଖରେ ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଡ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ୨ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶର ଜିକେ ମଣ୍ଡଲ ପାଖରେ ମାଡ଼ିଗାମାଲୁ ଜଙ୍ଗଲରେ ଥିବା ମାଓବାଦୀଙ୍କ ଶିବିରରେ କେତେକ ମାଓବାଦୀ ଥିବାର ଖବର ପାଇବାପରେ ଗତକାଲି ରାତିରେ ଗ୍ରେହାଉଣ୍ଡ ଯବାନମାନେ ସେଠାକୁ ଯାଇଥିଲେ। ଯବାନମାନଙ୍କୁ ଦେଖି ପ୍ରଥମେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତାପରେ ପାଲଟା ଜବାବ୍ ଦେଇଥିଲେ । ଏହାପରେ ପ୍ରାୟ ଅଧଘଣ୍ଟାଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି।

ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛି । ଘଟଣା ପରେ ଆନ୍ଧ୍ର ସୀମାନ୍ତ ଅଂଚଳରେ କମ୍ବିଂ ଅପରେସନ୍‌କୁ ଜୋର ଦାର କରାଯାଇଛି । ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବାରୁ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ସହିତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶା ସୀମାନ୍ତକୁ ମାଲକାନଗିରି ପୁଲିସ ସିଲ୍‌ କରିଥିବା ଖବର ମିଳିଛି ।

By amfnews

Related Post