Fri. Jul 24th, 2026
394 Views

କୋରାପୁଟ,25 Jan. 2019: ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବହୁଜନ ସମାଜ ପାର୍ଟିରେ ମିଶିବେ ବୋଲି ଜଣାପଡ଼ିଛି। ସେ ଖୁବ୍‌ଶୀଘ୍ର ମାୟାବତୀଙ୍କ ବହୁଜନ ସମାଜ ପାର୍ଟିରେ ମିଶିବେ। ବହୁଜନ ସମାଜ ପାର୍ଟିରେ ମିଶିବା ପୂର୍ବରୁ ସଗରିଆ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଭୁବନେଶ୍ୱରରେ ଏକ ସମାବେଶରେ ଯୋଗ ଦେଇଥିଲେ।

ମାତ୍ର ରାହୁଲ ନିଜ ଭାଷଣରେ ପଛୁଆ ବର୍ଗଙ୍କ ପାଇଁ ଉନ୍ନତି ମୂଳକ ପଦକ୍ଷେପ ବାବଦରେ କିଛି କହି ନାହାନ୍ତି। କଂଗ୍ରେସ କେବଳ ଆଦିବାସୀ ଭୋଟ୍‌ରେ ଶାସନ କରି ଜାଣେ। ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ କିଛି କରେ ନାହିଁ ବୋଲି ସଗରିଆ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ ଗତ ଜାନୁଆରି ୧୯ରେ ଦଳରୁ ବହିଷ୍କାର କରିଥିଲା। ବାରମ୍ବାର ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ବହିଷ୍କୃତ କରାଯାଇଛି ବୋଲି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଥିଲେ। ଅନନ୍ତ ସେଠୀ କହିଥିଲେ, ଏଆଇସିସି ନିଷ୍ପତ୍ତି କ୍ରମେ ସଗରିଆ ଏବଂ ଶ୍ରୀକାନ୍ତଙ୍କୁ ବହିଷ୍କାର କରାଯାଇଛି। ସହଗରିଆ ମଧ୍ୟ ନିକଟରେ କୁନ୍ଦୁଲୀ ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ ଦଳରୁ ଇସ୍ତଫା ଦେଇଥିଲେ କିନ୍ତୁ ବାରମ୍ବାର ଦଳ ପାଇଁ ଖୋଲା ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରୁଥିବା ଚର୍ଚ୍ଚା ଜୋର ଧରିଥିଲା।

By amfnews

Related Post