Mon. May 20th, 2024

ବହୁଚର୍ଚ୍ଚିତ ହାଥ୍ରାସ ଗଣ ବଳାତ୍କାର ଘଟଣା, ପୀଡିତାଙ୍କ ମୃତ୍ୟୁ ପରେ ଏସଆଇଟି ଗଠନ କଲେ ଉତ୍ତରପ୍ରଦେଶ ସରକାର

By Prasanta Patnaik Sep 30, 2020 #Featured
155 Views

ଲକ୍ଷ୍ନୌ, ସେପ୍ଟେମ୍ବର ୩୦ : ବହୁଚର୍ଚ୍ଚିତ ହାଥ୍ରାସ ଗଣ ବଳାତ୍କାର ମାମଲାରେ ପୀଡିତାଙ୍କ ମୃତ୍ୟୁ ପରେ ଏବେ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବୁଧବାର ଟୁଇଟ୍ କରି କୁହାଯାଇଛି ଯେ ହାଥ୍ରାସ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନିଜଣିଆ ଏସଆଇଟି ଗଠନ କରିଛନ୍ତି । ଗଠିତ ଏସଆଇଟିରେ ଗୃହ ସଚିବ ଭଗବାନ୍ ସ୍ୱରୂପ ଅଧ୍ୟକ୍ଷତାରେ ଏହି ମାମଲାର ତଦନ୍ତ କରାଯିବ । ଏହା ସହିତ ଡେପୁଟି ପୋଲିସ ଇନ୍ସପେକ୍ଟର ଜେନେରାଲ୍ ଚନ୍ଦ୍ରପ୍ରକାଶ ଏବଂ କମାଣ୍ଡାଣ୍ଟ ପିଏସି ଆଗ୍ରା ପୁନମ୍ ଙ୍କୁ ମଧ୍ୟ ଏହି ଏସଆଇଟି ଦଳରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଯେ ଏହି ଏସଆଇଟି 7 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବ।

ପ୍ରବଳ ଉଚତ୍ତେଜନା ମଧ୍ୟରେ ପୀଡିତାଙ୍କ ମୃତଦେହକୁ ମଙ୍ଗଳବାର ବିଳମ୍ବିତ ରାତିରେ ସଂସ୍କାର କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୀଡିତାଙ୍କ ପରିବାର ସଦସ୍ୟଙ୍କ ବିନା ବିଳମ୍ୱିତ ରାତି ପ୍ରାୟ 2.45 ରେ ସଂସ୍କାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ପ୍ରାୟ 15 ଦିନ ଧରି ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସକାଳେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ଘଟିଛି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post