Mon. May 20th, 2024

ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନ ସଚେତନତା ଅଭିଯାନ

By Prasanta Patnaik Sep 30, 2020 #Featured
174 Views

ଭୁବନେଶ୍ୱର, ସେପ୍ଟେମ୍ବର ୩୦ : ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନ ସଚେତନତା ଅଭିଯାନ । ଚଳିତ ବର୍ଷ କୋଭିଡ୍‌ ମହାମାରୀ ନେଇ ଦଳ ପକ୍ଷରୁ ନଭେମ୍ବର ୨ ତାରିଖ ଯାଏ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଚାଲିବ । ଏନେଇ ଦଳର ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚାୟତସ୍ତରରେ ଗାଁ ଲୋକଙ୍କୁ ମାସ୍କ ବଣ୍ଟନ ଓ ବ୍ୟବହାର ନେଇ ସଚେତନ କରାଇବେ ଦଳୀୟ ବିଧାୟକ । ସଂକ୍ରମଣକୁ ରୋକିବା ନେଇ ଲୋକଙ୍କୁ ସତର୍କ କରାଇବେ ଦଳୀୟ ନେତା । କୋଭିଡ୍‌ ନିୟମ ପାଳନ, ଟେଷ୍ଟିଂରେ ସହଯୋଗ, ଠିକ ସମୟରେ ଚିକିତ୍ସା, କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ସହିତ ସାମିଲ ହୋଇ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରୁ ଆଗେଇ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post