Sat. Apr 25th, 2026

ବର୍ଷକରେ ୨୫ଟି ଜାଗାର ନାଆଁ ବଦଳାଇଲେ ସରକାର

237 Views

ନୂଆଦିଲ୍ଲୀ, ୧୨ା୧୧: କେନ୍ଦ୍ର ସରକାର ଗତ ଏକ ବର୍ଷ ଭିତରେ ଅତି କମ୍‌ରେ ୨୫ଟି ସହର ଓ ଗ୍ରାମର ନାମ ବଦଳାଇବାର ପ୍ରସ୍ତୁତିକୁ ମଞ୍ଜୁରି ଦେଇଛନ୍ତି। ନିକଟରେ ଆହ୍ଲାବାଦର ନାମ ପ୍ରୟାଗରାଜ ଓ ଫୈଜାବାଦର ନାମ ଅଯୋଧ୍ୟା ରଖାଯିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଥିଲେ।
ଠିକ୍‌ ସେହିପରି ଗୁଜୁରାଟର ଅହମ୍ମଦାବାଦର ନାମ କର୍ଣ୍ଣାବତୀ ରଖାଯିବ ଉପରେ ମଧ୍ୟ ବିଚାର ବିମର୍ଶ ଚାଲିଛି।

ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟର ନାମ ବଙ୍ଗଳା ରଖାଯିବା ପ୍ରସ୍ତାବକୁ ବି ମଞ୍ଜୁରି ମିଳିଛି। କେନ୍ଦ୍ର ଗୃହମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ବର୍ଷକ ଭିତରେ ସାରା ଦେଶରେ ୨୫ଟି ସହର ଓ ଗ୍ରାମର ନାମ ବଦଳାଇବାର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି।

କେନ୍ଦ୍ର ଗୃହମନ୍ତ୍ରାଳୟ ରେଳ ମନ୍ତ୍ରାଳୟ,ଡାକ ବିଭାଗ ଓ ସର୍ଭେ ଅଫ୍‌ ଇଣ୍ଡିଆ ଠାରୁ ନୋ ଅବଜେକ୍‌ସନ୍‌ ପ୍ରମାଣ ପତ୍ର ପାଇବାପରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଥାଏ। କିନ୍ତୁ ସହର ବା ଗାଆଁର ନାଆଁ ବଦଳାଇବା ଲାଗି ଏକ୍‌ଜିକ୍ୟୁଟିଭ ଅର୍ଡର୍‌ ହିଁ ଯଥେଷ୍ଟ ବୋଲି କୁହାଯାଉଛି।

By amfnews

Related Post