Sat. Oct 3rd, 2026

ଏଟିଏମ୍‌ ତାଡ଼ି ନେଇ ପଳେଇଲେ ଦୁର୍ବୃତ୍ତ

294 Views

ଖୋର୍ଦ୍ଧା, ୧୨ା୧୧: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁରରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌। ସେଠାରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍‌କୁ କିଛି ଦୁର୍ବୃତ୍ତ ତାଡ଼ି ନେଇ ପଳାଇଛନ୍ତି।

ଦୁର୍ବୃତ୍ତମାନେ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍‌କୁ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post