Thu. Jul 2nd, 2026

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

520 Views

କଟକ: ପୂର୍ବତନ ପୁଲିସ୍ ପ୍ରଶାସକ ତଥା ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ ହୋଇଥିବାର ଖବର ମିଳିଛି। ଆଜି ସେ କଟକର ପିଠାପୁରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅଶୋକ ସାହୁ ଅସୁସ୍ଥ ଥିଲେ ଏବଂ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଉଛି।

ସେ ଆସାମର ଅତିରିକ୍ତ ପୁଲିସ୍ ମହାନିର୍ଦେଶକ ଭାବେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିବା ପରେ ବିଧିବଦ୍ଧଭାବେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ। ୨୦୧୪ରେ ଅଶୋକ ସାହୁ ପୁରୀ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।
ସେ ୧୯୭୩ ମସିହାରେ ଆହ୍ଳାବାଦ୍ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ଆସାମ କ୍ୟାଡରର ଆଇପିଏସ୍ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post