Sat. Oct 3rd, 2026

ଉର୍ମିଳା ମାତୋଣ୍ଡକର ଅଭିନୟ ପାଇଁ ନୁହେଁ, ‘ସପ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା: କଙ୍ଗନା ରାଣାୱତ୍

427 Views

ମୁମ୍ବାଇ : ବଲିଉଡରେ ‘ନେପୋଟିଜିମ୍’ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେବାରେ ଲାଗିଛନ୍ତି। ପ୍ରଥମେ ନେପୋଟିଜିମ୍ କୁ ନେଇ କଙ୍ଗନା ସ୍ବର ଉତ୍ତୋଳନ କରିଥିବା ବେଳେ ପରେ ଡ୍ରଗ୍ସକୁ ନେଇ କହିବା ଆରମ୍ଭ କରିଥିଲେ। ବଲିଉଡର ଅନେକ କଳାକାର ଡ୍ରଗ୍ସ ନେଉଥିବା ଏବଂ ସେମାନଙ୍କର ଡ୍ରଗ୍ସ ବେପାରୀଙ୍କ ସହ ସଂପର୍କ ଥିବା କଥା କହିଥିଲେ କଙ୍ଗନା। ଏହା ପରେ ମାମଲାରେ ଅଭିନେତ୍ରୀ ଏବଂ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବଲିଉଡକୁ ସମର୍ଥନ କରି କଙ୍ଗନାଙ୍କୁ ବିରୋଧ କରିଥିଲେ। ଜୟା ବଚ୍ଚନଙ୍କ ପରେ ଉର୍ମିଲା ମାତୋଣ୍ଡକର ମଧ୍ୟ କଙ୍ଗନା ରାଣାୱତଙ୍କୁ ବିରୋଧ କରିଥିବା ଜଣା ପଡ଼ିଛି। ‘ସମଗ୍ର ଦେଶ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ବିପଦର ସମ୍ମୁଖୀନ ହେଉଛି। କଙ୍ଗନା ଜାଣନ୍ତି କି ହିମାଚଳ ଡ୍ରଗ୍ସର ଉତ୍ପତ୍ତି କେନ୍ଦ୍ର ଅଟେ? ସେ ନିଜ ରାଜ୍ୟରୁ ଡ୍ରଗ୍ସ ନିଷେଧ କରିବା ଅଭିଯାନ ଆରମ୍ଭ କରିବା ଉଚିତ୍ ବୋଲି କହିଥିଲେ ଉର୍ମିଳା।

Kangana Ranaut told Urmila Matondkar, soft porn star, she was not known for  acting
ଉର୍ମିଳାଙ୍କ ବୟାନର ଜବାବ ଦେଇ କଙ୍ଗନା କହିଥିଲେ ଯେ, ‘ମୁଁ ଆଜି ଉର୍ମିଲା ମାତୋଣ୍ଡକର ଦେଇଥିବା ସାକ୍ଷାତକାର ଦେଖିଲି | ସେ ସାକ୍ଷାତକାର ମାଧ୍ୟମରେ ମୋତେ ଟାର୍ଗେଟ କରିଥିଲେ | ବିଜେପି ଟିକେଟ ପାଇବା ପାଇଁ ମୁଁ ଏହା କରୁଛି ବୋଲି ସେ କହିଥିଲେ। ଟିକେଟ୍ ପାଇବା ମୋ ପାଇଁ କଷ୍ଟସାଧ୍ୟ ନୁହେଁ। ଟିକେଟ ପାଇବା ପାଇଁ ନିଜ ଜୀବନ ସହିତ ଖେଳିବା ଏବଂ ନିଜ ସମ୍ପତ୍ତି ନଷ୍ଟ କରିବାର ଆବଶ୍ୟକତା ନାହିଁ | ଉର୍ମିଲା ମାତୋଣ୍ଡକର ନିଜ ଅଭିନୟ ପାଇଁ ନୁହେଁ ବରଂ ‘ସଫ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା | ଯଦି ସେ ଟିକେଟ୍ ପାଇପାରିଲେ ତେବେ ମୁଁ ମଧ୍ୟ ଟିକେଟ୍ ପାଇ ପାରିବି | ସେଥିପଇଁ ମୋତେ ନିଜର କ୍ଷତି କରିବାର କୌଣସି ଆବଶ୍ୟକତା ନାହିଁ।

By amfnews

Related Post