Mon. May 20th, 2024

ବନ୍ଦ ହେଲା ହୀରାକୁଦର ଆଉ ୩ଟି ଗେଟ୍‌, ୧୧ ଟି ଗେଟ ଦ୍ୱାରା ଚାଲିଛି ବନ୍ୟାଜଳ ନିଷ୍କାସନ

By amfnews Sep 4, 2020 #Featured
127 Views

ସମ୍ୱଲପୁର, ସେପ୍ଟେମ୍ବର ୦୪  : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୩ ଟି ଗେଟ । ଜଳ ଭଣ୍ତାର ଜଳ ସ୍ତର ହ୍ରାସ ପାଉଥିବାରୁ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ ହେଉଛି । ପୁର୍ବରୁ ୧୪ ଟି ଖୋଲା ଥିବା ବେଳେ ଆଜି ସକାଳେ ୩ ଟି ଗେଟ ବନ୍ଦ ହୋଇଛି । ଆଜି ସକାଳ ସୁଦ୍ଧା ଜଳ ଭଣ୍ତାର ଜଳ ସ୍ତର ୬୨୪.୦୨ ଘନ ଫୁଟ ରହିଛି । ତେବେ ସେକେଣ୍ତ ପ୍ରତି ୧ ଲକ୍ଷ ୯୮ ହଜାର ୩୧୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୧୧ ଟି ଗେଟ ଯୋଗେ ୧ ଲକ୍ଷ ରୁ ଉର୍ଦ୍ଧ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

By amfnews

Related Post