Thu. Jun 4th, 2026
432 Views

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଜଣେ ୨୦ ବର୍ଷର ଯୁବକର ମୁଣ୍ଡକୁ ବହୁବାର ମାରଣାସ୍ତ୍ରରେ ଆକ୍ରମଣ କରାଯିବା ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଗଣେଶ ପୂଜା ଭସାଣିକୁ ନେଇ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା କୋଳି ସାହିରେ ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ନାଗାର୍ଜୁନ ଗୌଡ଼ ଓରଫ ନାଗା(୨୦)କୁ କେତେକ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସେମାନେ ଟାଙ୍ଗିଆ, କାତିରେ ନାଗାର୍ଜୁନର ମୁଣ୍ଡକୁ ବାରମ୍ବାର ହାଣିଥିଲେ। ଏହାଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା।

ଖବର ପାଇ ଆସିକା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାଗାର୍ଜୁନର ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ଡାକ୍ତରଖାନାକୁ ପଠାଇଛି। ଏଣେ ନାଗାର୍ଜୁନର ବଡ଼ଭାଇ ବାସୁ ଗୌଡ଼ ଆସିକା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ କେସ୍ ନଂ ୪୪୪/୨୦ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଖାଲି ସେତିକି ନୁହେଁ, ଏହି ମାମଲାରେ କିଛି ଲୋକଙ୍କୁ ମଧ୍ୟ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚୁରା ଜାରି ରଖିଥିବାର ସୂଚନା ମିଳିଛି।

By amfnews

Related Post